Home ଓଡ଼ିଶା ନୀଳଚକ୍ରର ୫୫ ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ନୀଳଚକ୍ର ପକ୍ଷରୁ ବିଷୁବ ସଂକ୍ରାନ୍ତି ଅବସରରେ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ନୀଳଚକ୍ରର ୫୫ତମ ଜନ୍ମୋତ୍ସବ ସଭାନେତ୍ରୀ ନମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉପଲକ୍ଷେ ଏକ ରାଜ୍ଯ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀକୁ ପରିଚାଳନା ଓ ସଂଯୋଜନା କରିଥିଲେ ନୀଳଚକ୍ର ମର୍କତନଗର ଶାଖାର ସଭାପତି ଯଥା ଉତ୍କଳ ସାହିତ୍ଯ ସମାଜର କାର୍ଯ୍ୟନିର୍ବାହିକା ସମିତି ସଦସ୍ଯ ମୁରଲୀଧର ଶତପଥି ଓ କବୟତ୍ରୀ ବବୀତା ଦାସମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ମାନଙ୍କ ମଧ୍ଯରେ ଥିଲେ ସର୍ବଶ୍ରୀ କବି ଶ୍ରୀ ରାଜୀବ ଷଡଙ୍ଗୀ, ଅନ୍ନପୂର୍ଣ୍ଣା ଦାଶ,ନମିତା ମହାନ୍ତି,ଅରୁଣ ଅଗ୍ରଓଲା,ରାଜକିଶୋର ସ୍ବାଇଁ,ଅସ୍ବୀନ କୁମାର ସେଠୀ, ଗୀତା ରାଣୀ ଦାସ, ନିବାସ ଚନ୍ଦ୍ର ମିଶ୍ର, ରାଜ କିଶୋର ଦାସ,କାହ୍ନୁଚରଣ ପାଣିଗ୍ରାହୀ, ଅନୀଲ କୁମାର ପଣ୍ଡା,ଅଦ୍ବୈତ ଚରଣ ନାୟକ, ଅଦୈତ ଚରଣ ପ୍ରଧାନ,ରଞନ ମହାନ୍ତି,ନଜୁରୁଲ୍ ଇସିଲାମ,ସୁରେନ୍ଦ୍ର କୁମାର ମହାପାତ୍ର,କୁନଲତା ତ୍ରିପାଠୀ, ବିରଞ୍ଚିନାରାୟଣ ରାଉତରାୟ,ଓ କବି ଅକ୍ଷୟ କୁମାର କର ପ୍ରମୁଖଙ୍କ ସମେତ ବହୁ କବି କବୟତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ । ନୀଳଚକ୍ର ପକ୍ଷରୁ ବିଶିଷ୍ଟ କବି, କବୟିତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଜନ୍ମୋତ୍ସବରେ ନୀଳଚକ୍ର ଅନୁଷ୍ଠାନର ସମସ୍ତ ପରିବାରର ସଦସ୍ଯ , କର୍ମକର୍ତ୍ତା ସମେତ ଉପଦେଷ୍ଟା ବ୍ରଜକିଶୋର ନନ୍ଦ, ସଂପାଦକ ରମାକାନ୍ତ ମହାପାତ୍ର,ଦୀପକ ମହନ୍ତ ଓ ବିଶିଷ୍ଠ ଅତିଥି ମାନେ ଯୋଗ ଦେବା ସହ ଓଡିଶା ଓ ଓଡିଶା ବାହାରର ବହୁ ଶାଖାର କର୍ମକର୍ତ୍ତା ମାନେ ମଧ୍ଯ ଯୋଗ ଦାନ କରିଥିଲେ। ଏହି ମହାନ କାର୍ଯ୍ୟକ୍ରମକୁ ନୀଳଚକ୍ରର ପ୍ରାଣ ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ପଣ୍ଡାଙ୍କ ସୁପୁତ୍ର ଯଥା ନୀଳଚକ୍ରର ମୁଖ୍ଯ ସଂଯୋଜକ ଡାକ୍ତର ନୀଳଦ୍ରୀ ପଣ୍ଡାଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ତତ୍ତ୍ଵାବଧାନରେ ହିଁ ପରିଚାଳିତ ହୋଇଥିଲା। ଏହି ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲାବେଳେ ବିଭିନ୍ନ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026