ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ସ୍ୱାସ୍ଥ୍ୟବୀମା ରେ ସାମିଲ ଦାବୀ : ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ପ୍ଳା କାର୍ଡ ପ୍ରଦର୍ଶନ

ରାଜସୁନାଖଳା  (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ପରିଚାଳିତ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ତରଫରୁ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ଙ୍କୁ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସାମିଲ କରିବା ନେଇ ଡାକ୍ତରଖାନା ସମ୍ମୁଖ ରେ ସରକାର ଙ୍କ ଉଦେଶ୍ୟରେ ପ୍ଲା କାର୍ଡ ପ୍ରଦର୍ଶନ ସହ ଦାବୀ ଉପସ୍ଥାପନ କରାଯାଇଛି ।

ନୟାଗଡ ଜିଲ୍ଲା ଫାର୍ମାସ ସଂଘ ର ସଭାପତି କିଶୋର କୁମାର ରାଉତରାୟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ରେଡିଓଗ୍ରାଫର , ଏଲଟି , ନର୍ସିଂ ଅଧିକାରୀ , ଫାର୍ମାସି ଅଧିକାରୀ , ସହାୟକ ପ୍ରମୁଖ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଭିଡିଓ ବାର୍ତା ପ୍ରଦାନ କରିଛନ୍ତି । ସେମାନେ ତାଙ୍କ ଅନୁରୋଧ ରେ ଜଣାଇଛନ୍ତି ଯେ , ତଳସ୍ତରରେ ସ୍ୱାସ୍ଥ୍ୟ ଼ବୀମ। । ଯୋଜନା କୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ପରିଚାଳନା କରି ଏହାର ସଫଳ ରୁପାୟନ କରିଥାନ୍ତି ।

ଏପରିକି ଡାକ୍ତରଖାନା ରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ରୋଗୀ ଙ୍କ ଠାରୁ ସଂକ୍ରମଣ ହେବାର ଆଶଙ୍କା ଶତ ପ୍ରତିଶତ ରହିଛି । ବିଭିନ୍ନ ସମୟରେ କର୍ମଚାରୀମାନେ ସଂକ୍ରମିତ ହୋଇ ପରିବାର ସଦସ୍ୟ ଙ୍କୁ ରୋଗ ର ସଂକ୍ରମଣ କରିଥାନ୍ତି । ଏପରିକି ପରିସଂଖ୍ୟନ ରୁ ଜଣାପଡିଛି ଯେ , ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ଙ୍କ ରୋଗ ରେ ସଂକ୍ରମଣ ହୋଇ ମୃତ୍ୟୁମୁଖରେ ପଡିବା ର ହାର ଅନ୍ୟମାନଙ୍କ ତୁଳନା ରେ ଅଧିକ ରହିଛି ।

ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ସମେତ ସେମାନଙ୍କ ପରିବାର ସଦସ୍ୟ ଆଦି କୌଣସି କାରଣ ରୁ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୁଅନ୍ତି ଏ ବାବଦରେ ଲକ୍ଷାଧିକ ଅର୍ଥ ବ୍ୟୟ କରି ସର୍ବସ୍ୱାନ୍ତ ହେଉଥିବାର ଉଦାହରଣ ରହିଛି । ଏସବୁକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟ ସମସ୍ତ ସରକାରୀ କର୍ମଚାରୀ ଙ୍କୁ କ୍ୟସାଲେସ ବୀମା କାର୍ଡ ପ୍ରଦାନ କରିବାକୁ ସେମାନେ ନିବଦେନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ନଳିନୀ ବୈରିଗଞ୍ଜନ , ଶସ୍ମିତା ରାଉତରାୟ , ଶୁଭାସିଷ ମହାପାତ୍ର , ପ୍ରଦୋଷ ରଥ , ତାପସ ଖୁଂଟିଆ , ଗଙ୍ଗା ସାମନ୍ତରାୟ , ନିକି ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version