ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରାଜସୁନାଖଳାସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ : ଜିଲ୍ଲାସ୍ତରୀୟ ଖାଦ୍ୟମେଳା

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ରେ ଅବସ୍ଥିତ ଜିଲ୍ଲା ର ଏକମାତ୍ର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଏକ ଖାଦ୍ୟ ମେଳା ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ବିଜୟ ତ୍ରିପାଠି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ନାୟକ ଓ ଜିଲ୍ଲା ଫାର୍ମାସି ଅଫିସର ସଂଘ ର ସଭାପତି କିଶୋର କୁମାର ରାଉତରାୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।

ଜିଲ୍ଲା ର ୧୯୫ ଜଣ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ୪୫ ଟି ଖାଦ୍ୟ ପ୍ରକଳ୍ପ ଏହି ମେଳା ରେ ସ୍ଥାନ ପାଇଥିଲା । ଉକ୍ତ ଖାଦ୍ୟ ମେଳା ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଖରାଦିନିଆ ସରବତ , ସ୍ୱାଦିଷ୍ଟ ପିଠା , ବିଭିନ୍ନ ପ୍ରକାର ମିଠା , ଫଳ ରସ , ଦେଶୀ ଖାଦ୍ୟ ଆଦି ପରସା ଯାଇଥିଲା । ପାଠ ପଢିବା ଯେଉଁଭଳି ଏକ ଶିକ୍ଷା , ଖାଦ୍ୟ ପ୍ରସ୍ତୁତି କରି ଏହାକୁ ପରସିବା ମଧ୍ୟ ଏକ ଶିକ୍ଷା ।

 

ତେଣୁ ମନୁଷ୍ୟ ଶରୀର ପାଇଁ ଋତୁ ଅନୁସାରେ କେଉଁ ଖାଦ୍ୟ ଆବଶ୍ୟକ ସେହି ଆଧାରରେ ପିଲାମାନେ ଶିକ୍ଷା ଲାଭ କରି ଏଭଳି ଖାଦ୍ୟ ପ୍ରସ୍ତୁତ କରିଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମ ରେ ୃନୟାଗଡ ଜିଲ୍ଲା ରଣପୁର ବ୍ଲକ ତରଫରୁ ବିଆରସିସି ରସାନନ୍ଦ ପ୍ରଧାନ , ଭାପୁର ବ୍ଲକ ରୁ ବିଆରସିସି ପ୍ରଭାକର ସାମନ୍ତରାୟ , ଦଶପଲ୍ଲା ବ୍ଲକ ରୁ ଶ୍ୟାମ ସୁନ୍ଦର ଜାନୀ ପ୍ରମୁଖ ସାମିଲ ହୋଇଥିବାବେଳେ ସାମ୍ବାଦିକ ପ୍ରଭାତ କୁମାର ରଥ ଙ୍କ ସମେତ ଅନୁଷ୍ଠାନ ର ଶିକ୍ଷକ , କର୍ମଚାରୀ ଓ ଗୁରୁଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥଲେ ।

Exit mobile version