ଭୀମେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସର ମଧ୍ଯରେ ମହାବିଷୁବପଣା ସଂକ୍ରାନ୍ତୀ ଉପଲକ୍ଷେ ବିଷୁବ ମିଳନ ଓ ପଣା ବଣ୍ଟନ ଉତ୍ସବ ପାଳନ କରାଯାଇ ଥିଲା । ଏଥିରେ କୃଷ୍ଣଚନ୍ଦ୍ର ବଡ଼ୁ ଭା.ପ୍ର.ସେ (ଅବସର ପ୍ରାପ୍ତ) ସଭାପତିତ୍ଵ କରିଥିଲେ। ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ, ଉପସ୍ଥିତ ଥିଲେ।ପ୍ରାକ୍ତନ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କମଳା ପ୍ରସାଦ ମହାପାତ୍ର, ବିଷୁବ ସଂକ୍ରାନ୍ତି ଓ ମହାବୀର ହନୁମାନ ଜୟନ୍ତୀ ହୀନ୍ଦୁ ପରମ୍ପରା ସହିତ ପୌରାଣିକ, ସାଂସ୍କୃତିକ, ଏବଂ ଆଧ୍ୟାତ୍ମିକତାର ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରସଙ୍ଗକ୍ରମେ ଆଲୋଚ଼ନା କରିଥିଲେ।
