
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ମହା ବିଷୁବ ସଂକ୍ରାନ୍ତି,ଶ୍ରୀହନୁମାନ ଜୟନ୍ତୀ ତଥା ଓଡ଼ିଆ ନବ ବର୍ଷ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ପରିସରରେ ଶ୍ରୀହନୁମାନ ଜୟନ୍ତୀ ଉତ୍ସବ ତଥା ପଣା ବଣ୍ଟନ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀରାମ ନବମୀ ଠାରୁ ନଅ ଦିନ ବ୍ୟାପି ଅନୁଷ୍ଠିତ ହୋଇଥବା ଉତ୍ସବ ଆଜି ସମାପ୍ତ ହୋଇଛି । ଏହି ଉପଲକ୍ଷେ ସୁନ୍ଦରା କାଣ୍ଡ ଗାୟନ କରିଥିଲେ ଇତିଶ୍ରୀ ମିଶ୍ର ।

