Home ଓଡ଼ିଶା ଅଧପନ୍ତରିଆ ଅବସ୍ଥାରେ ରହିଛି ଦୁଇଟି ପୋଲ : ସାତଟି ପଞ୍ଚାୟତ ବାସୀ ହନ୍ତସନ୍ତ – ତୁରନ୍ତ ମରାମତି ପାଇଁ ଦାବୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତା ହୋଇଗଲେ ଗାଁ ମାନଙ୍କରେ ସବୁ ସୁବିଧା ପହଁଚିପାରିବ । କିନ୍ତୁ ସରକାର ରାସ୍ତା ନିମନ୍ତେ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଅଧପନ୍ତରିଆ ହୋଇରହୁଛି ରାସ୍ତା । ଯାହାକି ଲୋକେ ରାସ୍ତା ହେବ ଖୁସି ହୋଇଥିବା ବେଳେ ଅଧପନ୍ତରିଆ ହୋଇ ରହିବା କାରଣ ରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ଏକ ରାସ୍ତା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କୁଟିଗୁଡା ଠାରୁ ସୁବର୍ଣ୍ଣଗିରୀ ଅଂଚଳରେ ଦୁଇଟି ପୋଲ ଅଧପନ୍ତରିଆ ହୋଇରହିଛି । ଏହି ପୋଲ ପାଂଚ ବର୍ଷ ପୁର୍ବରୁ କାମ ଆରମ୍ଭ ହୋଇଥିଲା । କିନ୍ତୁ କାମ ସରିନି କାମଟି ଅଧପନ୍ତରିଆ ହୋଇରହିଛି । ଗୋଟିଏ ପୋଲ ସୁବର୍ଣ୍ଣଗିରୀ ସାହି ଛକ ଠାରେ ଥିବା ବେଳେ ଅନ୍ୟଟି କୁଟିଗୁଡା-ସୁବର୍ଣ୍ଣଗିରୀ ମଧ୍ୟରେ ରହିଛି । ଦୁଇଟି ପୋଲ ରାସ୍ତା ମଝିରେ ହେଉଥିଲା ଏଣୁ ଗାଁ ଲୋକଙ୍କୁ ଯିବା ପାଇଁ ପୋଲ କଡରେ ଆପ୍ରୋଚରୋଡ କରାଯାଇଥିଲା l ଯାହାକି ତାହା ଧୋଇହୋଇ ରାସ୍ତା ଅବସ୍ଥାରେ ନାହିଁ । ପୋଲ କଡରେ ଲୁହାଛଡ ପଡିରହିଛି । ଏହି ରାସ୍ତା ଆରପାଖରେ ସାତଗୋଟି ପଂଚାୟତ ରହିଛି, ପାରିଗଡ,ସାର୍ତୁଲ,ପକାରୀ, ରାଣିପାଙ୍ଗା, ପାଲିଙ୍ଗା ସୁବର୍ଣ୍ଣଗିରୀ । ଏହି ସାତଟି ପଂଚାୟତ ର ଅନେକ ଗ୍ରାମଲୋକେ ବର୍ତମାନ ଏହି ରାସ୍ତାଦେଇ ଯାତାୟତ ଭଲରେ କରିପାରୁନାହାନ୍ତି ଓ ଅନେକ ସମୟରେ ଦୁର୍ଘଟଣା ଏବଂ ରାସ୍ତାରୁ ପଡି ଆହାତ ହେଉଛନ୍ତି । ଏହି ପୋଲ ଦୁଇଟି କାମ ଶିଘ୍ର ସାରିବାକୁ ଅଂଚଳବାସି ଦାବି କଲେ ମଧ୍ୟ ଅଂଚଳବାସୀଙ୍କ କଥାକୁ କିଏ ଶୁଣୁନାହାନ୍ତି l ଯାହା ଫଳରେ ଅଂଚଳ ବାସି ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସୁଚନା ଯୋଗ୍ୟ ଯେ ଏହି ଦୁଇଟି ପୋଲ ବାଲିଗୁଡା ପୁର୍ତ ବିଭାଗ ଦ୍ୱାରା କରାଯାଉଥିଲା । ଏଥି ନିମନ୍ତେ ଟେଣ୍ଡର ପକ୍ରିୟା ହୋଇଥିଲା ଦୁଇଟି ପୋଲ ମଧୂରୁ ଗୋଟିଏ ଦୁଇକୋଟି ଅଟକଳ ମୁଲ୍ୟ ଥିବା ବେଳେ ଆଉ ଗୋଟିଏର ଅଟକଳ ମୁଲ୍ୟ ୫କୋଟି ରହିଥିଲା । ଠିକାଦାର କାହିଁକି ଅଧପନ୍ତରିଆ କରି କାମ ଛାଡିଦେଲେ ତାହା ବର୍ତମାନ ପ୍ରଶ୍ନବାଚୀ ଶୃଷ୍ଟି କରିଛି । ଏହି ବାବଦରେ ପୁର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ଯେ, ଉକ୍ତ କାମଟି ପିଟିସନ ହୋଇଛି ଏବଂ ପୁର୍ନବାର ଆଉଥରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି । କିନ୍ତୁ କେବେ ଟେଣ୍ଡର ହେବ ଓ ଲୋକେ କେବେ ଏହି ପୋଲର ସୁବିଧା ପାଇବେ ତାହା ପ୍ରଶ୍ନବାଚି ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଏହି ଅଧପନ୍ତରିଆ ପୋଲ ପ୍ରତି ଦୃଷ୍ଟିଦେଇ ପୋଲ କାମ ଟି ଶିଘ୍ର ଆରମ୍ଭ କରି ସାରିବାକୁ ଅଂଚଳ ବାସୀଙ୍କୁ ସୁବିଧା ଦେବାକୁ ଦାବୀ ହେଉଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026