କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ଦିନ କଟକ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୂଷମାନ ଭାରତ ଜନ ଆରୋଗ୍ୟ ଯୋଜନାର ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକ କାର୍ଡ଼ ବିତରଣ ଏବଂ ଆୟୁଷମାନ ବୟୋ ବନ୍ଦନା ଯୋଜନାର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାଫଳରେ ପୂର୍ବ ସରକାର ସମୟରେ ୭୦ ବର୍ଷର ଲୋକମାନେ ବିଏସକେୱ।ଇ ରୁ ବାଦପଡିଥିଲେ । ଏବେ ସେହି ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ଆଉ ବଞ୍ଚିତ ହେବେ ନାହିଁ ।
