କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମ ହେଉଛି ସଂସ୍କୃତି ଓ ଭାଇଚାରା ଗ୍ରାମ । ଏହି ଗ୍ରାମରେ ଇଷ୍ଟଦେବ ବାବା ବାଲୁଙ୍କେଶ୍ୱର , ପରମ ବୈଷ୍ଣବୀ ମା’ ହାଡ଼ବାଇ , ମା’ ଦୁଲାଦେଈ , ମା’ ପନ୍ଥେଇ , ମା’ ସୁନାଦେଈ, ମା,ଗେଲେଇ , ପ୍ରଭୁ ନୀଳମାଧବ ବିରାଜମାନ କରିଛନ୍ତି । ଏଥିପାଇଁ ନୂଆଗଡ଼ ଗ୍ରାମ ଏକ ସଂସ୍କୃତି ପୂର୍ଣ୍ଣ ଗ୍ରାମ ଭାବରେ ପରିଚିତ । ଏହି ଗ୍ରାମର ଇଷ୍ଟଦେବୀ ମା’ ହାଡ଼ବାଇଙ୍କ ଯାତ୍ରା ୧୯୩୩ ମସିହାରୁ କରାଯାଇ ଆସୁଛି । ପଣା ସଂକ୍ରାନ୍ତି ଠାରୁ ଓଡିଆ ନବବର୍ଷ ଆରମ୍ଭ ହୋଇଥାଏ ।

