ଲୟନସ କ୍ଲବପକ୍ଷରୁ ଗୋସେବା ସଂସ୍ଥାନ କୁ ଫ୍ୟାନ ପ୍ରଦାନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନ, ବାଘ ଆଖେଡା ମଠ, ବଡଶଙ୍ଖ ଠାରେ ଲୟନସ କ୍ଲବ, ପୁରୀ ତରଫରୁ ୫ ଗୋଟି ସିଲିଂ ଫ୍ୟାନ ଓ ଚୁନି ଚୋକଡ, କୁଣ୍ଡା, ଘାସ ଆଦି ବଣ୍ଟନ କରାଯାଇଥିଲା | ଗୋସେବା ସଂସ୍ଥାନ ର ସୁରେନ୍ଦ୍ର ସାହୁ ସବୁ ଜିନିଷ ଗ୍ରହଣ କରିଥିଲେ |

କ୍ଲବର ସଭାନେତ୍ରୀ ଲାୟନ ବିଷ୍ଣୁପ୍ରିୟା ଦାସ, ସମ୍ପାଦକ ରୁଦ୍ର ନାରାୟଣ ରଥ, କୋଷାଧକ୍ଷ ସୁବ୍ରତ କୁମାର ପାଲ, ଲାୟନ ସଞ୍ଜୟ କୁମାର ପ୍ରଧାନ, ଲାୟନ ଅଜୟ କୃଷ୍ଣ ଦାସ, ଲାୟନ ଶ୍ୟାମ ପ୍ରସାଦ ଚନ୍ଦୁକା, ଲାୟନ ଶିବ ଦାସ ମହାପାତ୍ର ଉପସ୍ଥିତ ଥିଲେ |

Exit mobile version