Home ଓଡ଼ିଶା ଓଡ଼ିଆ ନବବର୍ଷ ଓ ପୋଷଣ ପକ୍ଷ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ।ଆଜି ଓଡ଼ିଆ ପକ୍ଷ ପାଳନର ଶେଷ ଦିବସରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଥିଲା ଓଡ଼ିଆ ନବବର୍ଷ।ସେହିପରି ପାଳନ ହୋଇଛି ପୋଷଣ ପକ୍ଷ।ସମସ୍ତେ ସୁସ୍ଥ ଓ ନୀରୋଗ ରହିବାକୁ ପୁଷ୍ଟିକର ଓ ପୌଷ୍ଟିକ ଖାଦ୍ୟ ଖାଇବା ଉଚିତ।ବିଶେଷ କରି ଗର୍ଭବତୀ ମା ଓ ଶିଶୁ ମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ ଯତ୍ନବାନ ହେବାକୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ଅପ୍ରେଲ ୮ରୁ ଆରମ୍ଭ ହୋଇଥିବା ଏହି ପକ୍ଷ ଅପ୍ରେଲ ୨୨ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ ପାଳନ କରାଯାଉଛି ବୋଲି କହିଥିଲେ।ପୋଷଣ ର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ସମସ୍ତଙ୍କୁ ସ୍ବାଗତ କରି ପୋଷଣ ପକ୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଏଥିରେ ଜିଲ୍ଲାର ସମସ୍ତ ପ୍ରୋଗ୍ରାମ ଅଫିସର, ସିଡିପିଓ,ସୁପରଭାଇଜର,ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସଂସ୍କୃତି ଭବନଠାରେ ହୁଳହୁଳି, ଝୋଟି ଓ ପିଠା ପଣା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗୀ ମା ମାନେ ଏଥିରେ ଅଂଶ ଗ୍ରହଣ କରି ପାରମ୍ପରିକ ଝୋଟି ପକାଇଥିବା ବେଳେ ହୁଳହୁଳି ଓ ପିଠାପଣା ପ୍ରତିଯୋଗିତାରେ ଭାଗ ନେଇଥିଲେ।ଝୋଟି ରେ କୁନି ସୁଥ ପ୍ରଥମ,ପୂର୍ଣ୍ଣିମା ମିଶ୍ର ଦ୍ୱିତୀୟ ଓ ଛବିରାଣୀ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ହୁଳହୁଳି ପ୍ରତିଯୋଗିତାରେ ମନୋରମା ବେହେରା ପ୍ରଥମ,ପ୍ରମୋଦିନୀ ମିଶ୍ର ଦ୍ୱିତୀୟ ଓ ସଞ୍ଜୁକ୍ତା ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଥିଲେ।ପିଠାପଣା ପ୍ରତିଯୋଗିତାରେ ପୁରୀ ମୁନିସପାଲ୍ଟିର ସୋନାଲି ଓ ସାଥୀ ପ୍ରଥମ,ପୁରୀ ସଦର ବ୍ଲକର ରାଜଲକ୍ଷ୍ମୀ ଦାସ ଓ ସାଥୀ ଦ୍ୱିତୀୟ ଓ ସତ୍ୟବାଦୀ ବ୍ଲକର ରଶ୍ମି ମିଶ୍ର ଓ ସାଥୀ ତୃତୀୟ ସ୍ଥାନ ହାସଲ କରିଥିଲେ।ପରେ ଅତିଥି ମାନେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026 ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026