ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ଉପରେ ଗୋଟିଏ ଚିଲ ଗୋଡ ରେ ବାନା ଧରି ଉଡୁଥିବା ଏକ ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି | ଏହାର ସତ୍ୟତା କୁ ନେଇ ଉଠିଛି ଅନେକ ପ୍ରଶ୍ନ | ବାନା ନେଇ ଚିଲ ନୀଳଚକ୍ର ପାଖରେ ଉଡୁଥିବା ଦୃଶ୍ୟମାନ ହେଉଛି | ଏହି ସମୟରେ କିଏ ଭିଡିଓ କ୍ୟାମେରା ଅନ କରି ରଖିଥିଲା ଯେ ଏମିତି ସବୁ ଦୃଶ୍ୟ ପ୍ରାଞ୍ଜଳ ଦେଖାଇଲା | ବିଜେପି ର ପ୍ରଶିକ୍ଷଣ ଶିବିର ଚାଲୁଥିବାବେଳେ ଦୃଷ୍ଟି ଅନ୍ୟ ଆଡେ ବୁଲାଇବା ପାଇଁ କେହି ଏହା କରିଥାଇପାରେ ବୋଲି ଭକ୍ତ ଅନୁମାନ କରୁଛନ୍ତି |

