ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ଅଧୀନରେ ଥିବା ଝାର୍ଲିଙ୍ଗ୍ ଗ୍ରାମର ୨୫ ବର୍ଷ ର ବୋହୁ ଯୌତୁକ ନିର୍ଯାତନାରେ ଶିକାର ହୋଇଛନ୍ତି।ସୂଚନାଯୋଗ୍ୟ ଯେ ଗୁଡାରି ବ୍ଲକ୍ ଶିରୀଗୁଡା ଗ୍ରାମର ଲଷ୍ମୀକାନ୍ତ ପାତିକାଙ୍କ ଝିଅ ଶ୍ରୀ କଳ୍ପନା ପାତିକାଙ୍କୁ ରାମନାଗୁଡ଼ା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତ ଝାର୍ଲିଙ୍ଗ୍ ଗ୍ରାମର ପଞ୍ଚାନନ ଲିମାଙ୍କ ପୁଅ ସୋମନାଥ ଲିମାଙ୍କୁ କରି ୯ ବର୍ଷ ତଳେ ପ୍ରେମ ବିବାହ କରିଥିଲେl କଳ୍ପନା ଙ୍କ ୬ବର୍ଷର ପୁଅ ଓ ୩ ବର୍ଷ ଝିଅ ଦୁଇଟି ସନ୍ତାନ ପରେ ତୃତୀୟ ସନ୍ତାନ ୨ ମାସ ଚାଲିଥିବା ବେଳେ ଜାଣିଶୁଣି ଯୌତୁକ ନିର୍ଯାତନା ରେ ଶଶୁର ପଞ୍ଚାନନ ଳିମା,
ଭାଗ୍ୟ ଲିମା ଓ ସୁବାସିନୀ ଲିମା ମିଶି କଳ୍ପନା ସ୍ୱାମୀର ଘରେ ଉପସ୍ଥିତି ନଥିବାର ସୁଯୋଗ ନେଇ ତୃତୀୟ ସନ୍ତାନ ନଷ୍ଟ କରିବା ନିମନ୍ତେ ଏହିଭଳି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି l ପୀଡିତା କଳ୍ପନା ଲିମା ଓ ତାଙ୍କ ପରିବାର ବାପା, ମା ଭାଇ ସୁଶାନ୍ତ ପାତିକା ଶହ ୩ଟା ସମୟ ରେ ରାମନାଗୁଡ଼ା ଥାନା ପହଞ୍ଚି ଅଭିଯୋଗ ଜଣାଇଥିଲେ କିନ୍ତୁ ପୁଲିସ ଅଧିକାରୀ ମାନେ ଜାଣିଶୁଣି କେଶ୍ କୁ ଝୁଲାଇବା ପାଇଁ ରାତ୍ର ୧୦:୩୦ ସମୟ କରିଥିବା ଅଭିଯୋଗ କରିଥିଲେ l ଆଇ.ପି.ସି ୧୮୬୦ ଧାରା-୪୯୮-ଏ , ଧାରା-୩୨୩ , ଧାରା-୨୯୪ , ଧାରା-୫୦୬ , ଧାର-୩୪ରେ ମାମଲା ରୁଜୁକରି ପୀଡିତା ଓ ତାଙ୍କ ପରିବାରଙ୍କୁ ରାତ୍ର ୧୦:୩୦ରେ ଘରରକୁ ଫେରାଇ ଦେଇଥିବା ଦେଖିବାକୁ ମିଳିଥିଲା l
