Home ଓଡ଼ିଶା କମିଶନରଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର କମିଶନର ତଥା ରାୟଗଡ ଜିଲ୍ଲା ପ୍ରଭାରୀ ଅଧିକାରୀ ଅରବିନ୍ଦ ଅଗ୍ରୱାଲ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।ପ୍ରଥମେ ଶ୍ରୀ ଅଗ୍ରୱାଲ କରଡ଼ା ଗସ୍ତ କରି ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ପରିଚାଳିତ ତେନ୍ତୁଳି ପ୍ରକ୍ରିୟାକରଣ କାର୍ଯ୍ୟ,ହଳଦୀ ପ୍ରକ୍ରିୟାକରଣ ଓ ଝାଡୁ ୟୁନିଟ ପରିଦର୍ଶନ କରିଥିଲେ । ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଏହି କାର୍ଯ୍ୟ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ।ଏହା ପରେ ବ୍ଲକ ପ୍ରଶାସନ,ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ମିଳିତ ଆନୁକୁଲ୍ୟରେ ଖାମ୍ବାଗୁଡ଼ା ରେ ଏକ ଏକର ପରିମିତ ଜମିରେ ହୋଇଥିବା ଗୋଲାପ ଚାଷ ପରିଦର୍ଶନ କରିଥିଲେ। ଗୋଷ୍ଠୀ ସଦସ୍ୟା ମାନେ ବିଭିନ୍ନ ଉନ୍ନତ ଜ୍ଞାନ କୌଶଳ ସହ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଶୁଣି ଖୁସି ପ୍ରକାଶ କରିଥିଲେ। ଆଗାମୀ ଦିନରେ ବ୍ଲକ ରେ ଏଭଳି ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। କମିଶନର ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ପାରୁଲ ପଟାୱାରି,ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୂଣ୍ଡୁ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର, ସରପଞ୍ଚ ଭାସ୍କର କାଡ୍ରାକା ସମିତି ସଭ୍ୟ କମଳ ଲୋଚନ ମୁଟିକା , ୱାର୍ଡ ସଭ୍ୟା ସୁନିତା ପାତିକା , ସମାଜସେବୀ ବୋମାଲି କାନ୍ତରାଓ ସମାଜ ସେବୀ, ଗ୍ରାମବାସୀଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026