Home ଓଡ଼ିଶା ରାମନାଗୁଡା ବ୍ଲକ ରେ ଆୟୁଷ୍ମାନ ଯୋଜନାର ସୁଭାରମ୍ବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଶୁକ୍ରବାର ଠାରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ଼ା ଯୋଗ ଦେଇ ସୁଭାରମ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପ ମୁଖ୍ୟମନ୍ତ୍ରୀ କେବି ସିଂ ଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଳିଙ୍ଗ, କଟକ ସାଂସଦ ଭର୍ତ୍ତୁହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ବିଧାୟକ ,କଟକ ଜିଲାପାଳ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନା ର ସୁଭାରମ୍ବ କରିଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଂଚାୟତ ଅଧୀନରେ ଥିବା ରୁଗୁଡୁବାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉକ୍ତ ଯୋଜନା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଉକାମ୍ବା ପଞ୍ଚାୟତ ର ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଯୋଜନା ର ସୁଭାରମ୍ବ ହୋଇ ଯାଇଛି। ଏହା ଦ୍ଵାରା ରାଜ୍ୟର ସାଢ଼େ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ । ୨୯ ହଜାରରୁ ଅଧିକ ସରକାର ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଲୋକଙ୍କୁ ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସହ ୭୦ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବେ ରାଜ୍ୟ ସରକାର । ସାଧାରଣ ଜନସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ କିମ୍ବା ବହୁମୁଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧୂକାରୀମାନଙ୍କୁ କାର୍ଡ଼ ବଣ୍ଟନ କରାଯିବ । କାର୍ଡ଼ ବଣ୍ଟନର ତାରିଖ ଆଗୁଆ ଜଣାଇ ଦିଆଯିବ । ଆଗାମୀ ଦୁଇ ତିନି ମାସ ମଧ୍ୟରେ ଲୋକଙ୍କୁ ନୂତନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ସରକାର ନିଷ୍ପରି ନେଇଛନ୍ତି । ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମ ସୁଭାରମ୍ବ ର ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ଦ୍ଵାରା ଚେତନା ରଥକୁ ପତାକା ଦେଖାଇ ସୁଭାରମ୍ବ କରିଥିଲେ। ଏହି ଚେତନା ରଥ ଟି ରାମନାଗୁଡା ବ୍ଲକ ର ୧୨ ଗୋଟି ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମ କୁ ପହଞ୍ଚି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ମତ ପ୍ରକାଶ କରିଛନ୍ତି । ଏହି ଭଳି ରାମନାଗୁଡା ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ ୨୩୪୦୬ ଜଣ ହିତାଧିକାରୀଙ୍କୁ ଏହି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ବଳକା କାର୍ଡ ଗୁଡିକ KYC କରି ଆଶାକର୍ମୀ ମାନଙ୍କ ଜରିଆରେ ଏହି କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅଭିଷେକ ପଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର,ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅଭିଷେକ ପଟନାୟକ,ଆୟୁଷ ଡାକ୍ତର ଡ:ପ୍ରଭାତ କୁମାର ଦାଶ, ଡ: ଭାଗବତ ପ୍ରସାଦ ପାଢ଼ୀ,,ସ୍ୱାସ୍ଥ୍ୟ ନିରୀକ୍ଷକ ହରିହର ହାଲୁଆ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଞ୍ଜଳି ମହାପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଙ୍ଘମିତ୍ରା ମହାପାତ୍ର,ବିପିଏମ ଏସ. କମଳା କର ରାଓ,ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟ କମଳ ଲୋଚନ ମୁଟିକା,ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା, ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ବରିଷ୍ଠ ଭାଜପା କର୍ମୀ ନରସିଂହ ମାଣ୍ଡାଙ୍ଗି, ଚିନ୍ନା କଣ୍ଡାଗରୀ, ଆଶିଷ କୁମାର ବେହେରା, ରଘୁନାଥ ସାମଲ, ସଂଜୀବ ଦାଶ, ସୁଧୀର ମିଶାଲ,ଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଏମ୍ବିକେ, ସିଆରପି, ଆଶାକର୍ମୀ ଏଏନଏମ୍, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ,ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ହୋମ୍ Related Content ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026 ଆସନ୍ତାକାଲି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି : ୬ ଘଣ୍ଟା ଦର୍ଶନ ବନ୍ଦ by Proprietor Abhimanyu Maharana September 22, 2026 ବାଲିଗୁଡା ଆଦିବାସି ମହାବିଦ୍ୟାଳୟରେ ଏ.ଡ୍.ସ୍. ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 22, 2026