Home ଓଡ଼ିଶା ଆଷାଢ଼ ସାହିତ୍ୟ ସଂସଦ ର ବିଷୁବ ଆସର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶାର ନବବର୍ଷ ବିଷୁବ ସଂକ୍ରାନ୍ତି l ଇଂରାଜି ନବବର୍ଷକୁ ଯେମିତି ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି ସେହିପରି ଓଡ଼ିଆ ନବବର୍ଷ ପାଳନ କରିବା ସହ ଓଡ଼ିଆ ଭାଷାର ମହାନତା ସମ୍ପର୍କରେ ପ୍ରଚାର ପ୍ରସାର କରିବା ଆବଶ୍ୟକ୍ୟତା ରହିଛି l ଏଦିଗରେ ଆଷାଢ଼ ସାହିତ୍ୟ ସଂସଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ରବିବାର ବିରିଡି ବ୍ଲକ ମଧ୍ୟଶାସନ ଦଳାଇଘାଇ ସ୍ଥିତ ଆଷାଢ଼ ସାହିତ୍ୟ ସଂସଦ ପକ୍ଷରୁ 33 ତମ ବିଷୁବ ଆସରରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ମହାପୁରୁଷ ପଞ୍ଚ ସଖା ଙ୍କ ଧ୍ୟାନ ପୀଠ ଧ୍ୟାନ କୁଦ ଠାରେ ଆୟୋଜିତ ବିଷୁବ ଆସରରେ ଗୀତି କବି ବାମଦେବ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ l ଏହାକୁ ଉଦ୍ଘାଟନ କରିଥିଲେ ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମସାଗର ବାବା ଅରକ୍ଷିତ ଦାସ, ବରେଣ୍ୟ ଅତିଥିତି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଗୀତି କବି ବାବାଜୀ ଚରଣ ଜେନା, କବୟତ୍ରୀ ସୁପ୍ରଭା ବାରିକ ଉପରୋକ୍ତ ମତବ୍ୟକ୍ତ କରିଥିଲେ l ସଂସଦର ସଭାପତି କବି ପିତାମ୍ବର ମହାପାତ୍ର ଅତିଥିତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ, ଉପସଭାପତି କାଦମ୍ବିନୀ ପରିଜା ସ୍ୱାଗତ ଭାଷଣ, ପଣ୍ଡିତ ଗୁରୁପ୍ରସାଦ ରଥ ବେଦ ପାଠ କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ କବିତା ଆସରରେ କବି କବୟତ୍ରୀ ମାନେ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ସନ୍ତୋଷିନୀ ସାହୁ ତାହାକୁ ସଂଯୋଜନା କରିଥିଲେ, ଅଭିଷେକ ସନ୍ଦେଶ ମହାପାତ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିବାବେଳେ ଅନୁଷ୍ଠାନର ସମ୍ପାଦିକା କୁନ୍ତଳା ମହାପାତ୍ର ବିବରଣୀ ପାଠ କରିଥିଲେ l ଏହି ଅବସରରେ କବି ସାରଥୀ ଡା ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କୁ ବିଷୁବ ସମ୍ମାନ, ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଜିଲ୍ଲା ବିଜେଡି ସଭାପତି ରବି ନାରାୟଣ ଜେନା, ପବିତ୍ର କୁମାର ପଶାୟତ, ରବୀନ୍ଦ୍ର କୁମାର ରାଉଳ ଙ୍କୁ ବିଜୁ ସମ୍ମାନ, ବିଭୁ ପ୍ରସାଦ ଦାଶ ଙ୍କୁ ଆଷାଢ଼ ସଂଗଠକ ସମ୍ମାନ, ଗୀତି କବି ଯୋଗା ନନ୍ଦ ସାହୁଙ୍କୁ ଆଷାଢ଼ ଗୀତି ସମ୍ମାନ, ମେଧାବୀ ଛାତ୍ରୀ ସୁଶ୍ରୀ ସଂଗୀତା ସାହୁ ଙ୍କୁ ରାଧା ରାଣୀ ପରିଜା ମେଧା ସମ୍ମାନ ସହ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶେଷରେ ଉମା କାନ୍ତ ରଥ ଧନ୍ୟ ବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ by Proprietor Abhimanyu Maharana June 17, 2026 ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana June 17, 2026 ତିନିରଥରେ ଘୋଡା ଲାଗିବା ପାଇଁ ଚାରପରିଛା ଫିଟିଙ୍ଗ by Proprietor Abhimanyu Maharana June 17, 2026 ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା by Proprietor Abhimanyu Maharana June 17, 2026 ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ by Proprietor Abhimanyu Maharana June 16, 2026 ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ by Proprietor Abhimanyu Maharana June 16, 2026