Home ଓଡ଼ିଶା ମର୍ଣ୍ଣି ମିଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଛକ ବାମ ପାର୍ଶ୍ଵରେ ଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମର୍ଣିଂ ମିଟ ପକ୍ଷରୁ ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଟକ ଅତିରିକ୍ତ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଇଂରେଜ ମାନେ ଜାନୁଆରୀ ପହିଲାକୁ ନୂତନ ବର୍ଷ ଭାବେ ପାଳନ କରୁଥିଲା ବେଳେ ଆମ୍ଭେମାନେ ସେହି ଦିନକୁ ନୂଆ ବର୍ଷ ଭାବେ ଧୁମଧାମରେ ପାଳନ କରୁଛେ । ଓଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ଠାରୁ ଓଡିଆ ନବବର୍ଷ ପାଳନ କରାଯାଇଥାଏ । ଆଜିର ଯୁବ ସମାଜ ନିଜ ପରମ୍ପରାକୁ ଭୁଲି ଇଂରାଜୀ ନବବର୍ଷ ପାଳନରେ ଦିନ ବିତାଇଥାନ୍ତି । ପଣା ସଂକ୍ରାନ୍ତି ଠାରୁ ନୂତନ ମାସ ଗଣତି କରାଯାଏ ଵୋଲି କହିଥିଲେ । ଏହି ଉତ୍ସବରେ କଟକ ଯୋନ -୪- ଏ ସି ପି ଅମିତାଭ ମହାପାତ୍ର , କଟକ ସଦର ଥାନା ଆଇଆଇସି ଓମ ପ୍ରକାଶ ମହାନ୍ତି , ପାହାଳ ଥାନା ଆଇଆଇସି ଅଶ୍ୱିନୀ କୁମାର ଜେନା , ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି , ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ସମାଜସବୀ ସ୍ୱାଧୀନ ଚେତା ମହାନ୍ତି , ସମାଜସେବୀ ପ୍ରତିଭା ଜେନା , ଯୁବ ସମାଜସେବୀ ସଂଗ୍ରାମ ଜେନା ,ପୂର୍ବତନ କର୍ପୋରେଟର ବଂଶୀଧର ଭୋଳ , ଗଣେଶ ଚନ୍ଦ୍ର ସାହୁ , ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ପୂର୍ବତନ ଜିଲାପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ନିରଞ୍ଜନ ସାହୁ , ସାମ୍ବାଦିକ ପ୍ରତାପ ପିତ୍ର , ଲଳିତ କୁମାର ଦାଶ , ଧିରେନ୍ଦ୍ର କୁମାର ସାହୁ , ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଆ ନବ ବର୍ଷ ସଂପର୍କରେ ମତରଖିବା ସହିତ ପରସ୍ପର ମଧ୍ୟରେ ଭାଇଚାର କୁ ବଜାୟ ରଖଥିଲେ । ମର୍ଣ୍ଣି ମିଟ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଓଡିଶା ନବବର୍ଷର ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରାଯାଇ ପାରମ୍ପରିକ ପଣା ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଏହାକୁ ଅନୁଷ୍ଠାନର ସଦସ୍ୟ ସୁଧିର କୁମାର ପଟ୍ଟନାୟକ , ଟିଟନ ସାହୁ , ହେମନ୍ତ କୁମାର ସାହୁ ,ବିନୟ କୁମାର ଜେନା ,ଯୁଗଳ କିଶୋର ସାହୁ ,ଅନିଲ କୁମାର ମହାନ୍ତି , ପ୍ରଦିପ କୁମାର ଦାସ , ଅକ୍ଷୟ କୁମାର ଲେଙ୍କା , ଗିରିଶ ଚନ୍ଦ୍ର ବାରିକ , କରିମ ସା, ପ୍ରମୁଖ ସମସ୍ତ ସଭ୍ୟ ଯୋଗ ଦେଇ ଜନ ସାଧାରଣଙ୍କୁ ଓଡିଆ ନୂତ ନବର୍ଷର ଶୁଭେଚ୍ଛା ଜଣାଇବା ସହିତ ପଣା ପ୍ରଦାନ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବନ୍ୟା ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେଡି by Proprietor Abhimanyu Maharana July 29, 2026 ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ by Proprietor Abhimanyu Maharana July 29, 2026 ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା by Proprietor Abhimanyu Maharana July 29, 2026 ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର by Proprietor Abhimanyu Maharana July 29, 2026 ୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା by Proprietor Abhimanyu Maharana July 29, 2026 ନୀଳକନ୍ଦରରେ ନିଳାଦ୍ରିନାଥ ଭକ୍ତ ପାଇଲେ ନୀଳାଚଳ ଅବଢା by Proprietor Abhimanyu Maharana July 29, 2026