Home ଓଡ଼ିଶା ନୂଆଗଡ଼ ମା’ ହାଡ଼ବାଇ ଯାତ୍ରା ମହୋତ୍ସବର ଦିତୀୟ ଦିବସ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ମା ହାଡ଼ବାଇଙ୍କ ଯାତ୍ରା ମହୋତ୍ସବର ସୋମବାର ଥିଲା ଦିତୀୟ ଦିବସ ସାସ୍କୃତିକ ସନ୍ଧ୍ୟା । ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ନଛିପୁର ସରସ୍ୱତୀଙ୍କୁ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ବିଭିନ୍ନ ଚିତାର୍କ୍ସ ଲୋକ ନୃତ୍ୟ ମଞ୍ଚରେ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ପରେ ଏକ ସମ୍ବର୍ଦ୍ଧନା ସଭା ନୂଊ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ କଟକ ଡିସିପି ଖିଲାରୀ ରିଶିକେଶ ଦ୍ୟାନଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବାରବାଟୀ – କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ , ସମ୍ମାନିତ ଅତିଭାବେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ପୂର୍ବତନ କୌଶିକ ଜେନା , ବାବାଜୀ ମନୋଜ ଦାସ ,ଡାକ୍ତର ହରିଶ ମିଶ୍ର , ସ୍ମିତା ପାଢ଼ୀ , କିଶୋର କୁମାର ଜେନା,ପୋଲିସ ଅଧିକାର ସୁଧାଶୁଂ ଶେଖର ଜେନା, କାଜଲ ପଟ୍ଟନାୟକ , ଫୋକ୍ସ ପ୍ଲସର ସଂପାଦକ ସୁଧାଶୁ ଶେଖର ରାଉତ ଅତିଥି ଭାବେ ଯୋଗଦେଇ ଉଦଵୋଧନ ଦେଇଥିଲେ । ନୂଆଗଡ଼ ଗ୍ରାମ୍ୟ ଉନୟନ କମିଟି ପକ୍ଷରୁ ସମସ୍ତ ଅତିଥି ମାନୂ ପୁଷ୍ପଗୁଛ ଉତ୍ତୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମ୍ୟ କମିଟିର ସଭାପତି ,ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନୂଆଗଡ଼ ଗ୍ରାମର ୬ଜଣ ମାଟ୍ରୀକରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ପୁଷ୍ପଗୁଛ ସହିତ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଶେଷରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ରାତି ସାଢେ ୧୧ ଟାରେ ଅପେରା ପରିବେଷଣ କରାଯାଇଥିଲା । ଏଥିରେ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ,ସଭ୍ୟ ଏବଂ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବିଦ୍ୟାଳୟ ସନ୍ନିକଟ ସମ୍ବେଦନ ଶୀଳସ୍ଥାନରେ ବେଆଇନ୍ ବ୍ୟବସାୟୀଙ୍କ ପ୍ରତି ଚଢ଼ାଉ ହେଉନାହିଁ କାହିଁକି ..? by Proprietor Abhimanyu Maharana July 30, 2026 ବନ୍ୟା ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେଡି by Proprietor Abhimanyu Maharana July 29, 2026 ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ by Proprietor Abhimanyu Maharana July 29, 2026 ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା by Proprietor Abhimanyu Maharana July 29, 2026 ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର by Proprietor Abhimanyu Maharana July 29, 2026 ୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା by Proprietor Abhimanyu Maharana July 29, 2026