ଓଡ଼ଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରଘୁନାଥ ବିଦ୍ୟାପୀଠ ଏବଂ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ର ମାଟ୍ରିକ ୨୦୦୯ ବ୍ୟାଚ୍ ବନ୍ଧୁବାନ୍ଧବୀ ମାନଙ୍କ ଦ୍ଵାରା ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ସେପଟା ବଗିଚା, ବୁଢ଼ାବୁଢ଼ୀଆଣି ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବ ରେ ଉପରୋକ୍ତ ଦୁଇ ବିଦ୍ୟାଳୟ ର ସମସ୍ତ ବନ୍ଧୁବାନ୍ଧବୀ ସେମାନଙ୍କ ପରିବାର ସହିତ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ବନ୍ଧୁବାନ୍ଧବୀ ଉପସ୍ଥିତ ରହି ଉତ୍ସବ ଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।

