ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସ୍ୱେଚ୍ଛାସେବୀ ଅମିତା ପ୍ରଧାନ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସାହିର ସ୍ୱଚ୍ଛାସେବୀ ଅମିତା ପ୍ରଧାନ ସମ୍ବାଦ ଏବଂ ସମ୍ବାଦ ଡିଜିଟାଲ ତରଫରୁ ମହିଳାଙ୍କୁ ନେଇ  “ସି ହିରୋଜ୍‌ ‘ ସର୍ବେକ୍ଷଣରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ହିସାବରେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଓଡ଼ିଶାର ୩୦ଗୋଟି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ନେଇ ଏକ ସର୍ଭେକ୍ଷଣ ହୋଇଥିଲା ।

ସେଥିରେ ଆମ ଗୟାଗଡ଼ ଜିଲ୍ଲାରୁ ଅମିତା ପ୍ରଧାନ ମନୋନୀତ ହୋଇଥିଲେ । ପ୍ରକାଶଥାଉ କି, ଶ୍ରୀ ପ୍ରଧାନ ଇଟାମାଟି ଗ୍ରାମ ପଞ୍ଚାୟତର ଶତାଧିକ ମହିଳାମାନଙ୍କୁ ଏକତ୍ରିତ କରି ଆଞ୍ଚଳିକ ମହିଳା ସଂଗଠନ ମାଧ୍ୟମରେ ମାସର ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ରାସ୍ତାଘାଟ ପରିଷ୍କାର ସହିତ ବୃକ୍ଷରୋପଣ, ପଲିଥିନ ବର୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା ।  “ସି ହିରୋଜ୍‌ ‘ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Exit mobile version