
ବନ୍ୟା ଅଞ୍ଚଳରେ ରନ୍ଧା ଖାଦ୍ୟ ବାଣ୍ଟିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କଥାରେ ଅଛି ଅସମୟ ର ବନ୍ଧୁ ପ୍ରକୃତ ବନ୍ଧୁ ଏଇ କଥାର ପ୍ରକୃତ ଅର୍ଥ ଆଜି ଶ୍ରୀ ବିଶ୍ୱାଳ ଙ୍କ ଠାରେ ଦେଖିବାକୁ ମିଳିଛି । ଦୁଃଖୀ ଲୋକଙ୍କୁ ଅସମୟରେ ସାହା ହେଲେ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ବନ୍ୟା ପ୍ରପିଡିତ ଅଞ୍ଚଳ କୁ ଗ୍ରସ୍ତ କରି ସେ ଅଞ୍ଚଳ ର ଦୁଃଖ ରେ ସାଥି ହେଲେ ଶ୍ରୀ ବିଶ୍ୱାଳ ।
ଗତ ଦୁଇ ଦିନ ହେବ ପାଣି ଘେରରେ ଗାନ୍ଧିପଲ୍ଲି ର ୮୦ ପରିବାର ଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି । ପୂର୍ବତନବିଧାୟକ ସମତେ ପୂର୍ବତନ କର୍ପୋରେଟର ତାପସ୍ ସାମନ୍ତ ରାୟ ,ଦୁର୍ଯ୍ୟଧନ ସାହୁ , ଯୁବକ ସଂଘ ଙ୍କ ସହଯୋଗ ରେ ବନ୍ୟା ଅଞ୍ଚଳ ବାସୀ ଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଅସୁବିଧା ସମୟରେ ଲୋକ ଙ୍କ ପାଖରେ ଛିଡ଼ା ହେବା ପ୍ରକୃତ ମଣିଷ ର ପରିଚୟ । ଲୋକଙ୍କ ସୁଖ ଦୁଃଖ ର ସାଥି ପୂର୍ବତନ ବିଧାୟକ ପଭାତ ରଞ୍ଜନ ବିଶ୍ୱାଳ । ( ରିପୋର୍ଟ ରଶ୍ମିତା ମହାପାତ୍ର )
