Home ଓଡ଼ିଶା ପୁରୀ ଜିଲ୍ଲା ରେ ଆୟୁଷ୍ମାନ କାର୍ଡ ବଣ୍ଟନ ର ଶୁଭାରମ୍ଭ : ୧୩୮୫୪୧୫ ଜଣ ହିତାଧିକାରୀ ଙ୍କୁ ବଣ୍ଟା ହେବ କାର୍ଡ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ସମଗ୍ର ଓଡ଼ିଶାରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା।ଏଥି ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମଧ୍ୟ ଶୁଭାରମ୍ଭ ହୋଇଛି।ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହାତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାର ଶୁଭାରମ୍ଭ କରିବା ସହ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରିଥିଲେ । ଅପରାହ୍ନ ରେ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସୂରଜ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି କହିଥିଲେ । ଓଡ଼ିଶାର ୧.୦୩ କୋଟି ପରିବାର ର ୩.୫ କୋଟି ହିତାଧିକାରୀ ଏଥିରେ ଉପକୃତ ହେଉଥିବା ବେଳେ ପୁରୀ ଜିଲ୍ଲାର ୧୩୮୫୪୧୫ ହିତାଧିକାରୀ ଏହା ଦ୍ଵାରା ଉପକୃତ ହେବେ।ଦେଶର ବିଭିନ୍ନ ସ୍ଥାନରେ ଥିବା ୨୯ ହଜାର ହସପିଟାଲରେ ଏହି କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ପାଇ ପାରିବେ। ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ, ମହିଳା ହିତାଧିକାରୀ ଅତିରିକ୍ତ ୫ ଲକ୍ଷ ଅର୍ଥାତ ୧୦ଲକ୍ଷ ର ଚିକିତ୍ସା ସୁବିଧା ପାଇ ପାରିବେ।ସେହିପରି ୭୦ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଙ୍କୁ ଆର୍ଥିକ ବାଛ ବିଚାର ବିନା ୫ ଲକ୍ଷ ଟଙ୍କା ର ଚିକିତ୍ସା ସୁବିଧା ମିଳିବ।ଆଜି ପ୍ରତୀକାତ୍ମକ ଭାବେ ୫ ଜଣ ହିତାଧିକାରୀ ଙ୍କୁ ଏଠାରେ କାର୍ଡ ବଣ୍ଟନ ହୋଇ ଥିବା ବେଳେ ଆସନ୍ତା କାଲି ଠାରୁ ହିତାଧିକାରୀଙ୍କ ଘରେ କାର୍ଡ ପ୍ରଦାନ ର ବ୍ୟବସ୍ଥା ହୋଇଛି । ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ଥିବା ବେଳେ ଏବେ ସମସ୍ତ ହିତାଧିକାରୀ ଙ୍କୁ ଏହି କାର୍ଡ ଦିଆଯିବ। ଯାହା ଫଳରେ ଦେଶର ଯେ କୌଣସି ସ୍ଥାନରେ ଏହି କାର୍ଡ ମାଧ୍ୟମରେ ଜଣେ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ଅନ୍ୟତମ ଅତିଥି ଭାବେ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ଙ୍କ ର ଏହା ଏକ ମହତ୍ତ୍ୱଙ୍କାକ୍ଷୀ ଯୋଜନା । ଦେଶର ପ୍ରତ୍ୟେକ ଲୋକ ଙ୍କୁ ନୀରୋଗ ଓ ସୁସ୍ଥ ରଖିବା ସଂକଳ୍ପ ନେଇ ଏହି ଯୋଜନା ଆରମ୍ଭ ହୋଇଛି।ଏହାର ସୁଫଳ ସମସ୍ତ ହିତାଧିକାରୀ ପାଇବେ ବୋଲି ସେ କହିଥିଲେ।ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଦୈନନ୍ଦିନ ଜୀବନରେ ନିଜକୁ ସୁସ୍ଥ ରଖିବା ପାଇଁ ଉଦ୍ୟମ କରିବା ସହ ଅସୁସ୍ଥ କ୍ଷେତ୍ରରେ ଏହି କାର୍ଡର ସହାୟତା ନେବା ଉପରେ ସେ ମତ ଦେଇଥିଲେ। ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ ସହ ଉପଯୋଗିତା ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୂପଭାନୁ ମିଶ୍ର ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ହିତାଧିକାରୀ ବାସନ୍ତୀ ବିଶୋଇ,ଗୋଲକ ମୁଦୁଲି,ମଧୁସୂଦନ ପଲେଇ, ମଞ୍ଜୁ ନାୟକ ଓ ସରୋଜିନୀ ବେୱ୍ବା ଙ୍କୁ ଅତିଥି ମାନେ କାର୍ଡ ବଣ୍ଟନ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ମାନେ ଏହି କାର୍ଡ ବଣ୍ଟନ ସଚେତନତା ଉଦ୍ଦେଶ୍ୟ ରେ ଏକ ରଥର ଶୁଭାରମ୍ଭ କରିଥିଲେ ।ଜିଲ୍ଲାର ୫୧ ଟି ଯାକ ସ୍ଥାନରୁ ମଧ୍ୟ ଏହି ରଥର ଶୁଭାରମ୍ଭ ହୋଇଥିଲା । ଏହା ୭ ଦିନ ଧରି ଜିଲ୍ଲାରେ ସଚେତନତା ସୃଷ୍ଟି କରିବ । କାର୍ଯ୍ୟକ୍ରମ ରେ ଡିପିଏମ ଟି. ନାରାୟଣ ରାଓ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲାର ୫୧ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଏହି ବ୍ୟବସ୍ଥା ର ଶୁଭାରମ୍ଭ ସହ ୫ଜଣ ଲେଖାଏଁ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଛି । କାର୍ଡ ନ ପାଇଥିଲେ ମଧ୍ୟ ହିତାଧିକାରୀ ନିଜର ଆଧାର କାର୍ଡ ଦର୍ଶାଇ ଚିକିତ୍ସା ସୁବିଧା ଆଜି ଠାରୁ ପାଇ ପାରିବେ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026 "ବିକଶିତ ଭାରତ @୨୦୪୭" ସାମୂହିକ ସଂକଳ୍ପ ଓ "ସେବା ଜ୍ୟୋତି" ପଦଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana October 8, 2026 ଶ୍ରୀକୁଟି ଧାମର ଗୁରୁ ଶ୍ରୀ ଅନାଦି ବାବା ମାନବ ସମାଜର କଲ୍ୟାଣ ପାଇଁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟମାନ କରୁଛନ୍ତି by Proprietor Abhimanyu Maharana October 8, 2026 ନୟାଗଡ଼ରେ ୨ଜଣ ନୂଆ ଶ୍ରମ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana October 8, 2026 ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ରେ ଥିବା ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥି ରୁ ଅନେକ ଗବେଷଣା ତଥ୍ୟମାନ ସଂଗ୍ରହ କଲେ by Proprietor Abhimanyu Maharana October 8, 2026 ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା , ବୋଲି ଭିନ୍ନ ଏକ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026