Home ଓଡ଼ିଶା କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପ୍ରଥମ ମ୍ଯାଚ ମଧ୍ୟପ୍ରଦେଶ ଓ ତ୍ରିପୁରା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍ ) :- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପ୍ରଥମ ମ୍ଯାଚ ମଧ୍ୟପ୍ରଦେଶ ଓ ତ୍ରିପୁରା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ଯାଚରେ ମଧ୍ୟପ୍ରଦେଶ, ତ୍ରିପୁରା ପୋଲିସ ଦଳଠାରୁ ୩-୨ ଗୋଲ ବ୍ୟବଧାନରେ ବିଜୟଲାଭ କରିଥିଲା । ଦ୍ୱିତୀୟ ମ୍ଯାଚ ମହିଳା ବିଭାଗରେ ଵିଏସଏଫ ଓ ଓଡିଶା ମହିଳା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଓଡିଶା ପୋଲିସ, ଵିଏସଏଫ ଦଳକୁ ୧୧- ୦ ଗୋଲ ବ୍ଯବଧାନରେ ହରାଇଥିଲା । ସେହିପରି ମହିଳା ବିଭାଗରେ ତୃତୀୟ ମ୍ୟାଚ ତାମିଲନାଡୁ ଓ ମହାରାଷ୍ଟ୍ର ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ତାମିଲନାଡୁ, ମହାରାଷ୍ଟ୍ର ମହିଳା ପୋଲିସ ଦଳକୁ ୪- ୦ ଗୋଲ ବ୍ୟବଧାନରେ ହରାଇଥିଲା । ସେହିପରି ଚତୁର୍ଥ ମ୍ୟାଚ ପୁଡ଼ୁଚେରୀ, ତାମିଲନାଡୁ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ତାମିଲନାଡୁ, ପୁଡ଼ୁଚେରୀ ପୋଲିସ ଦଳକୁ ୧୨-୨ ଗୋଲରେ ପରାସ୍ତ କରିଥିଲା। ପଞ୍ଚମ ମ୍ୟାଚ ଉତ୍ତରାଖଣ୍ଡ ଓ ରାଜସ୍ତାନ ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ, ଉତ୍ତରାଖଣ୍ଡ ପୋଲିସ ଦଳକୁ ୫-୦ ଗୋଲ ବ୍ୟବଧାନରେ ହରାଇଥିଲା । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଶ୍ରୀ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ, ଡିଆଇଜି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା,ଡିଆଇଜି ( କାର୍ମିକ) ଶ୍ରୀ ଯୁଗଳ କିଶୋର ବନୋଥ ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026