Home ଓଡ଼ିଶା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍ ) :- ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ତରଫରୁ ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ,ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଯାଇଛି l ଏ ଅବସର ରେ ଧନକଉଡା ବ୍ଲକ ର ବିଡିଓ ଶ୍ରୀଯୁକ୍ତ ଅନିଲ କୁମାର କୁଲୁ ଓ ଶ୍ରୀଯୁକ୍ତ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସଚେତନା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଆସନ୍ତା ଏକ ସପ୍ତାହ ଯାଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ ସଚେତନତା ରଥ ବୁଲି ଏହି ସ୍ୱାସ୍ଥ୍ୟ କାର୍ଡ ସମ୍ବଧିୟ ସମସ୍ତ ତଥ୍ୟ ସମ୍ବଳିତ ଅଡିଓ ବାର୍ତା ଓ ପ୍ରଚାର ପତ୍ର ବଣ୍ଟନ କରିବ l ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳ ର ୨୫ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ କମ୍ବୋକିଟ ଓ କାର୍ଡ ବଣ୍ଟନ କରାଯାଇଥିଲା ଏହି ଯୋଜନା ରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାର ର ମହିଳା ସଦସ୍ୟ ଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କା ର ଦେୟ ମୁକ୍ତ ଚିକିତ୍ସା ସେବା ମିଳିବା , ସମସ୍ତ ହିତାଧିକାରୀ ଙ୍କୁ ସେମାନଙ୍କର କାର୍ଡ ପର୍ଯ୍ୟାୟ କ୍ରମେ ଯୋଗାଇଦିଆଯିବ ବୋଲି ଡା.ଦିଲୀପ କୁମାର ମୁଦୁଲି (ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ) ପ୍ରକାଶ କରିଥିଲେ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଏକ ହଜାର ରୁ ଉର୍ଧ ଜନସାଧାରଣ ,ଆଶା, ଅଙ୍ଗନବାଡି କର୍ମୀ ଯୋଗଦାନ କରିଥିଲେ l ଜନ ଆରୋଗ୍ୟ ସମିତି ର ସଦସ୍ୟ ଶ୍ରୀଯୁକ୍ତ ହୀରାଲାଲ ବେହେରା କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର ଶ୍ରୀଯୁକ୍ତ ରାମଚନ୍ଦ୍ର ରାଉତ ,ସୁପ୍ରଭାତ ସାହୁ ,ସୁପ୍ରୀତ ନାୟକ ପ୍ରଭୁତି ସହଯୋଗ କରିଥିଲେ l Categories: ଓଡ଼ିଶା, ସମ୍ବଲପୁର, ହୋମ୍ Related Content Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026 ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ by Proprietor Abhimanyu Maharana September 7, 2026 ବିଶ୍ଵହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ by Proprietor Abhimanyu Maharana September 7, 2026 ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 7, 2026