Home ଓଡ଼ିଶା ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ଓଡିଆ ପକ୍ଷ ଓ ଲୋକ କଳା ଦିବସ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍ ) :- ରାଜ୍ୟର ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଓଡ଼ିଆ ପକ୍ଷ ଓ ଲୋକକଳା ଦିବସ ପାଳନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନୀ ସ୍ଥିତ ବୁଲେନ୍ ଭାଇ ସେବା ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ କଳା ଦିବସ ଅବସରରେ ଢେଙ୍କାନାଳର ମହିଳା ସଂକୀର୍ତନ, ଘୁଡୁକା, କଟକର ରାମଲୀଳା ସଂଗଠନ ଓଡିଶୀ ନୃତ୍ୟ ,ପାଲା, ଲୋକସଂଗୀତ, କବିତା ଆସର, ପାରମ୍ପରିକ କଳାକୁ ନେଇ କଳାକାରମାନଙ୍କ ଙ୍କ ଦ୍ଵାରା ବିଭିନ୍ନ କଳା ପ୍ରଦର୍ଶନ କରାଯିବା ସହିତ ସରକାରଙ୍କ ପକ୍ଷରୁ ପାଳନ କରାଯାଉଥିବା ଓଡିଆ ଭାଷା, ସାହିତ୍ୟ ,କଳା ସଂସ୍କୃତିକୁ କିପରି ଭାବେ ପ୍ରଚାର ପ୍ରସାର କରାଯିବ ସେ ସମ୍ପର୍କରେ ବନ୍ଦେ ଉତ୍କଳ ମହାସଙ୍ଗ ସମସ୍ତ ସହାୟତାର ହାତ ବଢ଼ାଇ ବୋଲି ସଙ୍ଘ କହିଛି । ସେଥି ନିମନ୍ତେ ସଙ୍ଘ ପକ୍ଷରୁ ଏକ କଳାକାର ସମ୍ମିଳନୀ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼, ଲଡ଼ୁକିଶୋର ପଢ଼ିଆରୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଅଶୋକ କୁମାର ରାୟ, ଏବଂ ସମ୍ମାନିତ ଅତିଥି ଭାବେ , ଆଡ଼ଭୋକେଟ ସୁମନ୍ତ କୁମାର ସ୍ୱାଇଁ, ଯାଦୁକର ବିଧୁଭୂଷଣ ନାୟକ ପ୍ରମୁଖ ଯୋଗ ଦେଇ ଦେଇଥିବାବେଳେ ଅନୁଷ୍ଠାନର ସଂପାଦକ ଵିନୋଦ କୁମାର ଭୋଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ରଶ୍ମି ସାମଲ, ଦେବେନ୍ଦ୍ର ନାଥ ସେନାପତି, ଜୟଶ୍ରୀ ପଟନାଏକ, ଓ ସୁଜାତା ଦାସ । ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ -ଉପସଭାପତି, ବିବେକାନନ୍ଦ ବେଉରା, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ବେହେରା, ଉପସଭାପତି ପ୍ରସନ ପାତ୍ର , ମଣ୍ଡଳ ନିର୍ଦେଶକ ଚନ୍ଦ୍ରଶେଖର ସାମଲ , ଢେଙ୍କାନାଳ ଜିଲ୍ଲା ସଭାପତି ସୁଧାକର ଭୋଇ, ସମ୍ପାଦକ ଅଶ୍ୱିନୀ କୁମାର ପଟ୍ଟନାୟକ, ପ୍ରମୁଖ ସହଯୋଗ କରିଥିବାବେଳ ଏଥିରେ ସମାଜସେବୀ ମିନା କୁମାରି ପ୍ରଧାନ, କବି ମୂରଲୀଧର ଶତପଥୀ, ବିଶିଷ୍ଟ ସାହିତ୍ୟିକ, କବି, ରବୀନ୍ଦ୍ର ନାଥ ପାତ୍ର, ବିପିନ ବିହାରୀ ଦାସ, ଶ୍ରୀନିବାସ ମିଶ୍ର, ପ୍ରଦୀପ କୁମାର ପାତ୍ର, ଶିକ୍ଷାବିତ ସୁରେନ୍ଦ୍ର ନାଥ ସାହୁ, ରାଘବ ଚନ୍ଦ୍ର ବେହେରା, ସମେତ ବନ୍ଦେ ଉତ୍କଳ ମହାସଂଘର ବହୁ କର୍ମକର୍ତ୍ତା, ସମେତ ବିଭିନ୍ନ କଳାକାର, କବି, ଲେଖକ, ପାଲା ଗାୟକ, ସଂକ୍ରିତନ୍ ମଣ୍ଡଳୀ ପ୍ରମୁଖ ଯୋଗ କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026