Home ଓଡ଼ିଶା ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଓଡିଶା ରେ କାହାକୁ ରକ୍ତ ଅଭାବ ରେ ମରିବାକୁ ଦେବା ନାହିଁ ଗୋପ (ଓଡ଼ିଶା ତାଜା ନ୍ୟୁଜ୍ ) :- ଗ୍ରୀଷ୍ମ ଋତୁରେ ସାଧାରଣତଃ ରକ୍ତ ସଙ୍କଟ ଦେଖିବାକୁ ମିଳିଥାଏ l ସେଥିପାଇଁ ସରକାରୀ ଅନୁଷ୍ଠାନ ଠାରୁ ବେସରକାରୀ ଅନୁଷ୍ଠାନ କ୍ଷେତ୍ରରେ ଅନେକ ପ୍ରୟାସ ହୋଇଥାଏ ରକ୍ତ ସଂଗ୍ରହ କ୍ଷେତ୍ରରେ l ନୂତନ ସରକାର ଙ୍କ ଆଗମନ ପରେ ଓଡିଶା ଅସ୍ମିତା, କଳା ସଂସ୍କୃତି, ପରମ୍ପରା, ଐତିହ ସରବର କୁ ଜାଗ୍ରତ କରିବା ପାଇଁ ଏଵେ ପକ୍ଷ ର ଶୁଭାରମ୍ଭ ହୋଇଛି l ଯେପରି ଏପ୍ରିଲ ଏକ ତାରିଖ ଓଡିଶା ଦିବସ ଠାରୁ 14 ତାରିଖ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ପାଇଁ ଦୈନିକ କିଛ ନା କିଛି ପକ୍ଷ ଅନୁଯାଇ କାର୍ଯ୍ୟକ୍ରମ ପାଳିତ ହେଉଛି l ଠିକ ସେହିପରି ଓଡିଶା ରେ କାହାକୁ ରକ୍ତ ଅଭାବ ରେ କାହାକୁ ମରିବାକୁ ଦିଆଯିବ ନାହିଁ l ସେଥିପାଇଁ ଆଜି ତା ୧୧.୦୪.୨୦୨୫ ତାରିଖ ଶୁକ୍ରବାର ଦିନ ଗୋପ କଲେଜ ପ୍ରାଙ୍ଗଣରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋପ କଲେଜର ଯୁବ ରେର୍ଡ କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆୟୋଜନରେ ମୋଟ ୧୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ବ୍ଲର୍ଡ ବ୍ୟାଙ୍କର ମୁଖ୍ୟ ଅଧିକାରୀ ଡ଼ା ଦେବାଶିଷ ମିଶ୍ର ଓ କ୍ୟାମ୍ପ ସଂଯୋଜକ ସାରଦାକାନ୍ତ ଚୌଧୁରୀ ରକ୍ତଦାନ କରିବାର ମହତ୍ତ୍ଵ ସମ୍ପର୍କରେ ରକ୍ତଦାତା ମାନଙ୍କୁ ବୁଝାଇବା ସହିତ ଆପଣଙ୍କ ରକ୍ତଦାନ ଦ୍ଵାରା ଅତିକମରେ ୪ଟି ଜୀବନ ବଞ୍ଚାଇବା ଓ ରକ୍ତ ଭଣ୍ଡାର ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ରକ୍ତ ଜନିତ ଅଭାବ ପୂରଣ କରିବାରେ ସହାୟକ ହେଵ ବୋଲି ଉପସ୍ଥିତ ରକ୍ତଦାତା ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ଶିବିରକୁ ଗୋପ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ଉଦ୍ଘାଟନ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026 ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026