Home ଓଡ଼ିଶା ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍ ) :- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ଶୁକ୍ରବାର ବିରିଡି ବ୍ଲକ ବାଗଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ପୁରଣ ପଡିଆ ଠାରେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ନୂତନ ଏକକ କାର୍ଡ ବିତରଣ ର ଶୁଭାରମ୍ଭ ହୋଇଯାଇଛି l ବ୍ଲକ ର କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିତି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବାରେଣ୍ୟ ଅତିଥିତି ଭାବେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷ୍ୟା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ବିଡ଼ିଓ ଆୟୁଷି ପତି, ନୋଡାଲ ଅଫିସର ନୀଳ ମାଧବ ରଥ, ବିରିଡି ସି ଏଚ ସି ର ଅଧକ୍ଷ ଡା ରାକେଶ କୁମାର ମହାନ୍ତି, ଡା ଶୁଭ ଦର୍ଶିନୀ ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା, ନିରଞ୍ଜନ ସେଠୀ, ଲଷ୍ମୀପ୍ରିୟା ଜେନା, ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ l ଏହି ଅବସରରେ ବାଇଶି ମୌଜା ଅଂଚଳର 10 ଜଣ ବ୍ୟକ୍ତି ଙ୍କୁ ଉପରୋକ୍ତ ଯୋଜନାର ଡେମୋ କାର୍ଡ ବଣ୍ଟନ କରାଯାଇଥିଲା l ଏହି କାର୍ଡ ପ୍ରତି ପରିବାରର ଜଣ କୁ ଗୋଟିଏ କରି ଦିଆଯିବ ବୋଲି ବିଧାୟକ ଭୋଇ କହି ଥିଲେ l ହେଲେ କାର୍ଡ ଦ୍ୱାରା ରୋଗୀ ମାନେ ଯେ କୌଣସି ମେଡିକାଲରେ ବିନା ଅର୍ଥ ରେ ଚିକିତ୍ସିତ ହୋଇ ପାରିବେ ନା ଆଗ ଅର୍ଥ ଖର୍ଚ୍ଚ କରି ପରେ ବିଲ ଦ୍ୱାରା ଅର୍ଥ କାର୍ଡ ରୁ କଟିବ ସେବିଷୟରେ ଲୋକେ ବିଧାୟକ ଓ ମେଡିକାଲ ଅଫିସର ଙ୍କୁ ପଚାରି ବାରୁ ସେମାନେ କହି ପାରି ନଥିଲେ l ସେହିପରି ଏହି ବୈଠକ ଅଢଙ୍ଗ ଗଡ଼ ମେଡିକାଲର ଯଶୋବନ୍ତ ଗାଦି ନିକଟରେ ହୋଇଥିଲା ଏଥିରେ ଉପରୋକ୍ତ ଅତିଥିତି ମାନେ ଯୋଗଦେଇଥିଲେ l ସେଠାରେ 10 ଜଣଙ୍କୁ ଡେମୋ କାର୍ଡ ବଣ୍ଟାଯାଇଥିଲା l ତେବେ ଅଢଙ୍ଗ ଗଡ଼ରେ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ ବୈଠକରେ ଯୋଗଦେଇଥିଲେ l ଶେଷରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କଟକରେ ଏହି କାର୍ଡ ବଣ୍ଟନର କରୁ ଥିବା ଦୃଶ୍ୟ ଏଲଇ ଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026