Home ଓଡ଼ିଶା ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍ ) :- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ଶୁକ୍ରବାର ବିରିଡି ବ୍ଲକ ବାଗଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ପୁରଣ ପଡିଆ ଠାରେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ନୂତନ ଏକକ କାର୍ଡ ବିତରଣ ର ଶୁଭାରମ୍ଭ ହୋଇଯାଇଛି l ବ୍ଲକ ର କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିତି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବାରେଣ୍ୟ ଅତିଥିତି ଭାବେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷ୍ୟା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ବିଡ଼ିଓ ଆୟୁଷି ପତି, ନୋଡାଲ ଅଫିସର ନୀଳ ମାଧବ ରଥ, ବିରିଡି ସି ଏଚ ସି ର ଅଧକ୍ଷ ଡା ରାକେଶ କୁମାର ମହାନ୍ତି, ଡା ଶୁଭ ଦର୍ଶିନୀ ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା, ନିରଞ୍ଜନ ସେଠୀ, ଲଷ୍ମୀପ୍ରିୟା ଜେନା, ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ l ଏହି ଅବସରରେ ବାଇଶି ମୌଜା ଅଂଚଳର 10 ଜଣ ବ୍ୟକ୍ତି ଙ୍କୁ ଉପରୋକ୍ତ ଯୋଜନାର ଡେମୋ କାର୍ଡ ବଣ୍ଟନ କରାଯାଇଥିଲା l ଏହି କାର୍ଡ ପ୍ରତି ପରିବାରର ଜଣ କୁ ଗୋଟିଏ କରି ଦିଆଯିବ ବୋଲି ବିଧାୟକ ଭୋଇ କହି ଥିଲେ l ହେଲେ କାର୍ଡ ଦ୍ୱାରା ରୋଗୀ ମାନେ ଯେ କୌଣସି ମେଡିକାଲରେ ବିନା ଅର୍ଥ ରେ ଚିକିତ୍ସିତ ହୋଇ ପାରିବେ ନା ଆଗ ଅର୍ଥ ଖର୍ଚ୍ଚ କରି ପରେ ବିଲ ଦ୍ୱାରା ଅର୍ଥ କାର୍ଡ ରୁ କଟିବ ସେବିଷୟରେ ଲୋକେ ବିଧାୟକ ଓ ମେଡିକାଲ ଅଫିସର ଙ୍କୁ ପଚାରି ବାରୁ ସେମାନେ କହି ପାରି ନଥିଲେ l ସେହିପରି ଏହି ବୈଠକ ଅଢଙ୍ଗ ଗଡ଼ ମେଡିକାଲର ଯଶୋବନ୍ତ ଗାଦି ନିକଟରେ ହୋଇଥିଲା ଏଥିରେ ଉପରୋକ୍ତ ଅତିଥିତି ମାନେ ଯୋଗଦେଇଥିଲେ l ସେଠାରେ 10 ଜଣଙ୍କୁ ଡେମୋ କାର୍ଡ ବଣ୍ଟାଯାଇଥିଲା l ତେବେ ଅଢଙ୍ଗ ଗଡ଼ରେ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ ବୈଠକରେ ଯୋଗଦେଇଥିଲେ l ଶେଷରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କଟକରେ ଏହି କାର୍ଡ ବଣ୍ଟନର କରୁ ଥିବା ଦୃଶ୍ୟ ଏଲଇ ଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026