Home Uncategorized ଓଡ଼ିଆ ପକ୍ଷରେ ଯୁବ ଲେଖକ ସମ୍ମିଳନୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍ ) :- ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନର ଏକାଦଶ ଦିବସରେ ସ୍ଥାନୀୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଲେଖକ ସମ୍ମିଳନୀ ଆୟୋଜନ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ରତ୍ନାକର ଦାସ, ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପଦ୍ମନାଭ ପୁଆଲ ଓ ଅଧ୍ୟାପକ ଡ଼ଃ ରଞ୍ଜନ ସ୍ବାଇଁ ଉପସ୍ଥିତ ଥିଲେ । ନୂତନ ପିଢ଼ିର ଲେଖକମାନେ ତାଙ୍କର ଭାବନା, ଭାଷା, ଓ ସୃଜନଶୀଳତାକୁ ପ୍ରକାଶ କରିବା ପାଇଁ ଏକ ଅଭିନବ ପ୍ରୟାସ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଯୁବତୀ ପ୍ରଯତ୍ନ କରିବେ ବୋଲି ମଧ୍ୟ ସମସ୍ତେ ପ୍ରକାଶ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବିତା ପ୍ରବନ୍ଧ ଓ ଗଳ୍ପ ପ୍ରତିଯୋଗୀତା ଆୟୋଜନ କରାଯାଇଛି । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର ମହାରଣା, ନିରଞ୍ଜନ ସ୍ବାଇଁ, ଦିନବନ୍ଧୁ ବେଜ, ପ୍ରମୋଦ କୁମାର ସେନାପତି, ସୁକାନ୍ତ କୁମାର ସାହୁ, ରଞ୍ଜିତା ଦାସ, ଉଜାଲି ହାଜରା ଓ ନିରଞ୍ଜନ ମହାରଣା ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଯୁବକ ଯୁବତୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ଅଧ୍ୟାପକ ମୁରଲୀ ମାଝୀ, ନରେନ୍ଦ୍ର ସୋଢି, ନିକିତା ସିଂ ଓ ଜୋନ୍ ଖରା ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ ମହାନ୍ତି ଓ ଦେବାଶିଷ ବିଶ୍ବାଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026