ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍ ) :- ମାଲକାନଗିରି ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ପଦ୍ମଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶୁଭାରମ୍ଭ କରିଥିବା ବେଳେ ଓ ମାଲକାନଗିରି ସଦର ବ୍ଲକ କଟେଲିଗୁଡା ଏୟାରଷ୍ଟ୍ରିପ୍ ନିକଟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ବ କରିଛନ୍ତିା ସେହିପରି ପାଙ୍ଗାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଗୋବିନ୍ଦପାଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟ କା ର୍ଯ୍ୟ ନିର୍ୱାହୀ ଅଧିକାରୀ,
ତଥା ଜିଲ୍ଲା ପରିଷଦ ନିର୍ୱାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ମୁଦୁଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମ୍. ଜଗନ୍ନାଥ ରାଓ, ଚିତ୍ରକୋଣ୍ଡା ବ୍ଲକ ଜାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପରିଷଦ ଅଧ୍ୟ କ୍ଷା ସମାରି ତାଙ୍ଗୁଲ ଶୁଭାରମ୍ଭ କରିଛନ୍ତିା ସେହିପରି କାଲିମେଳା ବ୍ଲକ ପାପୁଲୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପରିଷଦ ଉପାଧ୍ୟ କ୍ଷ ପତିତପାବନ ବୈଦ୍ୟ, ଓ ମାଲକାନଗିରି ସହରାଂଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାଲକାନଗିରି ବ୍ଲକ ଅଧ୍ୟ କ୍ଷା ଗୌରୀ ପଡିଆମି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି l
