ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍ ) :- ମଙ୍ଗୁଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର 31 ତମ ବାର୍ଷିକ ଉଚ୍ଛବ ଓ ମାତୃ ସମିଳନୀ ବୁଧବାର ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଆଚାର୍ଯ୍ୟl ମିତାଞ୍ଜଳି ଭୋଇ ସଭା ପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଯୋଗଦେଇ କହିଲେ ଯଦି ଭଗବାନ ସୃଷ୍ଟି କରିବାର କ୍ଷମତା କାହାକୁ ଦେଇଥାଏ ସେ ହେଉଛି ମା ‘ l ମା ଚିର ବନ୍ଦନୀୟା l ମା ‘ କୋମଳ l ଗୋଟିଏ ମା ପିଲାକୁ ଜନ୍ମ ଦେଲେ ଯେତିକି କଷ୍ଟ ପାଏ ସେ କଷ୍ଟକୁ କେହିବି ସୁଝି ପାରିବେ ନାହିଁ l ତେଣୁ ପିଲାମାନେ ମା ‘ ଙ୍କୁ ସମ୍ମାନ କର l
ସଂମ୍ମାନୀୟ ଅତିଥି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ. ରମାକାନ୍ତ ଭୋଇ ଯୋଗ ଦେଇ କହିଲେ ମା ମାନଙ୍କ ପାଇଁ ଆମେ ଖାଇ ଶିଖିଲୁ, ଚାଲିଶିଖିଲୁ, କହିଶିଖିଲୁ, ପଢି ଶିଖିଲୁ ଏଣୁ ମା ର ଅବଦାନ ଅତୁଳନୀୟ l ମା ଶିକ୍ଷିତ ହେଲେ ପିଲା ମଧ୍ୟ ଶିକ୍ଷିତ ହେବ l ସମ୍ମାନୀୟ ଅତିଥି ଭାବେ ସେଲକୋ ଫାଉଣ୍ଡେସନ ଭୁବନେଶ୍ୱର ର ଉପଦେଷ୍ଟା ଗୌତମ ପ୍ରଧାନ ଯୋଗ ଦେଇ କହିଲେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମଣିଷ ତିଆରି କାରଖାନା l ମଣିଷ ମାନେ ନୁହେଁ ଯେ କେବଳ ଡାକ୍ତର, ଇଂଜିନିୟର, ପିଲାମାନେ ଜଣେ ଜଣେ ସୁନାଗରିକ ହେଵାଦରକାର l ପିଲାମାନଙ୍କୁ ଗୁରୁଜୀ ଗୁରୁମା ମାନେ ସେହି ପ୍ରେରଣା ଦିଅନ୍ତୁ ଯାହା ଫଳରେ ସେମାନେ ଦେଶ ଓ ଜାତି ପାଇଁ କିଛି କରିପାରିବେ l
ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ, ସରପଞ୍ଚ ଲଷ୍ମୀ ପ୍ରିୟା ଜେନା ଓ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ ଯୋଗଦେଇ ବକ୍ତବ୍ୟ ମାନ ଦେଇଥିଲେ l ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଗୟାଧର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଅତିଥିତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଅନୁଷ୍ଠାନ ପକ୍ଷରୁ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗାୟତ୍ରୀ ଯଜ୍ଞ କରାଯଇଥିଲା l ଶେଷରେ ଆଚାର୍ଯ୍ୟ ଅଂଶୁମାନ ପରିଡା ଧନ୍ୟ ବାଦ ଦେଇଥିଲେ l
