ଚୂଡଙ୍ଗର ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧନା

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍ )  :- ବାଙ୍କୀ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ କେ.ଏମ୍‌.ବି.ବି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଚୁଡଙ୍ଗଗଡ ଶିକ୍ଷକ ସାହିତ୍ୟ ସଂସଦ ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତିଙ୍କୁ ମଦନମୋହନ ସାହୁ ସ୍ମାରକି ଚୂଡଙ୍ଗ ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

ସୂଚନା ଯୋଗ୍ୟଯେ କଳିଙ୍ଗରତ୍ନ ମହାନ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୧୬ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରି ସୁନାମ ଅର୍ଜନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡାକ୍ତର ରବିନାରାୟଣ ପଣ୍ଡା , ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version