Home ଓଡ଼ିଶା ମାଲେଏସିଆ ଠାରେ ବାଉଁଶ ହସ୍ତଶିଳ୍ପ କର୍ମଶାଳାରେ ଓଡ଼ିଆ ଶିଳ୍ପୀଙ୍କ ଯୋଗଦାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ମାଲେଏସିଆ ଦେଶର ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତୀୟ ସଂସ୍କୃତି କେନ୍ଦ୍ର କ୍ୱାଲାଲମପୁର ଠାରେ ଆୟୋଜିତ ସୌର କଳା ଏବଂ ବାଉଁଶ ହସ୍ତଶୀଳ୍ପ କର୍ମଶାଳାରେ ଓଡ଼ିଆ ପୁଅ ତଥା ବାଙ୍କୀର ବାଉଁଶ ଓ ବେତଶିଳ୍ପୀ ଏକାଦଶୀ ବାରିକ ଯୋଗଦାନ କରି ବାଉଁଶ ଶୀଳ୍ପ ଉପରେ ସେଠାକାର ଛାତ୍ରଛାତ୍ରୀମାନଙ୍କୁ ବାଉଁଶ କଳାର ପାରମ୍ପରିକ ଶୀଳ୍ପ ଓ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କର୍ମଶାଳାକୁ ମାଲେଏସିଆ ଓଡ଼ିଆ ସଂଘ ଆନୁକୁଲ୍ୟରେ ସେଠାକାର ୪୫ଜଣ ସ୍କୁଲ ଛାତ୍ର ସହିତ ୧୦୦ଜଣ ଶିଳ୍ପୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଆଦିବାସୀ କଳାକାର ପ୍ରଭାତ ମହାରଣା ଓ ବାଉଁଶ ଶିଳ୍ପ ଡିଜାଇନର୍ ପ୍ରିୟଦର୍ଶିନୀ ସାହୁ ଯୋଗଦାନ କରି ବାଉଁଶ କଳାକୃତ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲେଏସିଆ ଓଡ଼ିଆ ସଂଘର ସତ୍ୟବ୍ରତ ନାୟକ, ସ୍ନିଗ୍ଧା ମିଶ୍ର, ହୃଦାନନ୍ଦ ପଟ୍ଟନାୟକ, ଉମେଶ ମହାରଣା ଓ ଦୀପକ ମନ୍ତ୍ରୀ ସହଯୋଗ କରିଥିଲେ । ବିଶେଷ କରି ଏହି କର୍ମଶାଳାରେ ସାଂସ୍କୃତି ଓ ପରିବେଶଗତ , ପାରମ୍ପରିକ ବାଉଁଶ ହସ୍ତଶିଳ୍ପ ଉପରେ ଶ୍ରୀ ବାରିକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେଠାକାର ଛାତ୍ରଛାତ୍ରୀ ଓ ଯୁବକମାନେ ଅଭ୍ୟାସ କଲେ ବାଉଁଶ ଶିଳ୍ପର ଚାହିଦା ବଢ଼ିବ ବୋଲି ଆୟୋଜକମାନେ କହିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ - ପୁରୀ by Proprietor Abhimanyu Maharana June 29, 2026 ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ - ସିଆଇଆଇ ଏନର୍ଜି କନ୍କ୍ଲେଭ by Proprietor Abhimanyu Maharana June 29, 2026 ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି by Proprietor Abhimanyu Maharana June 29, 2026 Lovely Professional University Successfully Conducts 2nd Edition of "Experience LPU – A Day of Lifetime Inspiration" in Pune, Maharashtra by Proprietor Abhimanyu Maharana June 29, 2026 ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ by Proprietor Abhimanyu Maharana June 29, 2026 "ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ" by Proprietor Abhimanyu Maharana June 29, 2026