ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ୧୭୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବାଙ୍କୀର ବିଶିଷ୍ଟ ସମାଜସେବୀ ଭବନୀ ପ୍ରସାଦ ପଣ୍ଡିତ ଯୋଗଦେଇ ବାଙ୍କୀ ହେଉଛି ସମବାୟର ଏନ୍ତୁଡିଶାଳ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଡେପୁଟି ଶ୍ରମ ଆୟୁକ୍ତ ବ୍ରଜବନ୍ଧୁ ପାଲ୍ ସମ୍ମାନୀୟ ଅତିଥି ଭାବେ , ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, କ୍ରେଡିଟ୍ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ କୃତ୍ତିବାସ ପଣ୍ଡା, କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ କରୁଣାକର ସାହୁ ଯୋଗଦେଇ ରାୟବାହାଦୁର ବିଦ୍ୟାଧର ପଣ୍ଡା ଓଡ଼ିଶା ସମବାୟ ଆନ୍ଦୋଳନର ପଥପ୍ରଦର୍ଶକ ଥିଲେ ବୋଲି ବକ୍ତବ୍ୟରେ କହିଥିଲେ ।
ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ ବିଦ୍ୟାଧର ପଣ୍ଡାଙ୍କ ଜୟନ୍ତୀ ପାଳନରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ତାଙ୍କୁ ସଭା ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏଥିରେ କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର ସଭାପତିତ୍ୱ କରିବା ସହ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ କର୍ମଚାରୀ , ବହୁବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଶେଷରେ କେନ୍ଦ୍ର ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
