Home ଓଡ଼ିଶା ଓଡ଼ିଆ ପକ୍ଷ ନେଇ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍ ) :- ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଦଶମ ଦିନ ଅର୍ଥାତ ଏପ୍ରିଲ ୧୦ ତାରିଖକୁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର କଳାଗ୍ରାମ ବୀରଲକ୍ଷ୍ମଣପୁର ଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଏହି ଅବସରରେ କହିଛନ୍ତି ଯେ ଏହି ଦିନ ଆମ ବିସ୍ମୃତ ଲୋକକଳାକୁ ପୁନଃ ବିଶ୍ୱ ବିଦିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଲୋକକଳା ଏବଂ ଲୋକସଂସ୍କୃତିକୁ ବଜାୟ ରଖିବା ପାଇଁ ଆଜିର ଦିନଟିକୁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରାଯାଉଛି । ସମସ୍ତେ ଏକତ୍ରିତ ହୋଇ ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଲୋକକଳା ପାଇଁ ଏହି ଦିନଟିକୁ ଉତ୍ସର୍ଗ କରିବା ଉଚିତ୍ ବୋଲି ଉପ ଜିଲ୍ଲାପାଳ ଶ୍ରୀ ଭୋଇ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ କଳାକାର ମାନେ ଲୋକ ନୃତ୍ୟ ଢେମସା ପରିବେଷଣ କରିଥିଲେ । ଜିଲ୍ଲାର ବରିଷ୍ଠ ଲୋକ କଳାକାରଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏଠାରେ ସମ୍ୱର୍ଦ୍ଧନା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ କଳାକାରମାନଙ୍କୁ ଉତ୍ସାହିତ କରିବା ସହ କଳାର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ କଳାକାର ମାନେ ମତ ରଖିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁଭାଷିନୀ ମଲ୍ଲିକ, ବରିଷ୍ଠ କଳାକାର ଅନାଦି କୋଡା, ଘେନୁ ମୁଦୁଲି, ଧନୁର୍ଯ୍ୟୟ ହନ୍ତାଳଙ୍କ ସମେତ ସନତ ସରକାର ଓ ସନ୍ତୋଷ ବିଶ୍ୱାସ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026