ବରପୁଟରେ ବିଜେପିର ପ୍ରତିଷ୍ଠା ଦିବସ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :- ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଂଚାୟତର ମହାବେରଣା ଖେଳପଡିଆ ଠାରେ ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦେଇ ଆଗାମୀ ଦିନରେ ବିଜେପିର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବାଙ୍କୀ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସିଂହ ଓଡ଼ିଶାରେ ତଥା ଭାରତବର୍ଷରେ ଆଗାମୀ ଦିନରେ କେବଳ ବିଜେପି ହିଁ ସରକାର କରିବ ଏଥିରେ ସନ୍ଦେହ ନାହିଁ ।

କାର୍ଯ୍ୟକ୍ରମରେ ପୂର୍ବତନ ଗୋଳାଗଣ୍ଡ ସରପଂଚ ରମେଶ ଚନ୍ଦ୍ର ସେନାପତି, ବିଜେପି ନେତା ନବକିଶୋର ନାୟକ, କଳାପଥର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର, ରବିନ୍ଦ୍ର କୁମାର ସାହୁ, ବାଙ୍କୀ ନଗର ସାଂସଦ ପ୍ରତିନିଧି ସରୋଜ କୁମାର ସାମନ୍ତରାୟ, ଆଇନଜୀବୀ ଦେବାଶିଷ ମାନସିଂହ, ବ୍ରହ୍ମପୁରା ମଣ୍ଡଳ ସଭାପତି ବିଜୟ କୁମାର ବରାଳ ପ୍ରମୁଖ ଯୋଗଦେଇଥିଲେ । ଏହି ସଭା ଆବାହକ ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।

Exit mobile version