Home Uncategorized ପୋତି ହୋଇଗଲାଣି ରଣନଦୀ, ଖନନ ପାଇଁ ପରିବେଶବିତ୍ଙ୍କ ଗୁରୁତ୍ୱ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ଓଡ଼ିଶାର ବଡ ନଦୀ ମହାନଦୀ ୪୨କି.ମି. ଅତିକ୍ରମ କରି ବାଙ୍କୀ ଅଞ୍ଚଳରେ ବହି ଯାଇଛି । ଏହି ମହାନଦୀରୁ ରଣ ଓ ଚନ୍ଦ୍ରପା ନଦୀ ସୃଷ୍ଟି ହୋଇଛି । ଏହି ରଣନଦୀଟି ନିସ୍ତିପୁର ଓ କୁଶୁପଙ୍ଗି ମଧ୍ୟ ଦେଇ ପ୍ରବାହିତ ହୋଇ ବାଘମାରୀ-ଖୋର୍ଦ୍ଧା ଦେଇ ମାଲାଗୁଣି ନଦୀ ପର୍ଯ୍ୟନ୍ତ ବହିଯାଇଛି । ଅତୀତରେ ରଣନଦୀକୁ ଖନନ କରାଯାଇ ଚିଲିକା ହ୍ରଦରେ ମିଶାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହାଫଳରେ ବନ୍ୟା ନିୟନ୍ତ୍ରଣ ହେବା ସହ ଆଖପାଖ ଅଞ୍ଚଳରେ ଚାଷ କାର୍ଯ୍ୟ ହେବା ସହ କୃଷକମାନଙ୍କର ଜୀବନଜୀବିକା ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଥିଲା । ଏବେ ରଣନଦୀଟି ବାଲି ଓ ବିଭିନ୍ନ ଦଳ ଯୋଗୁଁ ପୋତି ହୋଇଗଲାଣି । ଏହା ଫଳରେ ରଣନଦୀ ଶୁଖିଲା ପଡିବା ସହିତ ଜଳଧାରଣର କ୍ଷମତା ଆସ୍ତେ ଆସ୍ତେ କମିଯିବାକୁ ବସିଲାଣି । ବର୍ଷସାରା ପାଣି ରହିବାକୁ କୃଷକମାନେ ଦାବୀ କରିଛନ୍ତି । ରଣନଦୀର ଦୁଇ ପାଶ୍ୱର୍ରେ ବହୁ ଚାଷଜମି ରହିଛି ଓ ପୂର୍ବରୁ ଏହି ଚାଷଜମିରେ ଧାନ ଏବଂ ପନିପରିବା ଫସଲ ଉତ୍ପାଦନ ହେଉଥିଲା । ଏବେ ପାଣି ବହୁସ୍ଥାନରେ ଶୁଖିଯିବା ଫଳରେ ଆଉ ଫସଲ ହେଉନାହିଁ । ଏହି ପରିପ୍ରେକ୍ଷୀରେ ରଣନଦୀ ମୁହାଣ ଖନନ କରାଗଲେ ବର୍ଷସାରା ପାଣି ରହିପାରିବ ବୋଲି ପରିବେଶବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ବିଶେଷ କରି ଏବେ ଜଳବାୟୁ ପରିବର୍ତ୍ତନ ହେବା ଯୋଗୁଁ ନଦୀର ଶର୍ଯ୍ୟା ପୋତି ହୋଇ ପଡୁଥିବାର ଦେଖାଯାଇଛି । ବିଶେଷ କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଟଳ ବିହାରୀ ବାଜପେୟୀଙ୍କ ନଦୀ ସଂଯୋଗିକରଣ ପ୍ରସ୍ତାବ ହୋଇପାରିଲେ ରଣନଦୀକୁ ଖନନ କରାଯାଇ ଚିଲିକା ହ୍ରଦ ସହିତ ମିଶାଯାଇ ଏହାର ଜଳକ୍ଷମତା ବୃଦ୍ଧି ପାଇବା ସଂଗେ ସଂଗେ କୃଷି ଓ କୃଷକର ସମସ୍ୟା ସମାଧାନ ପରିବେଶବିତ୍ ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଛନ୍ତି । Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026