Home ଓଡ଼ିଶା ସମାଜବିଜ୍ଞାନ ବିଭାଗ ଆନୁକୁଲ୍ୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଆନୁକୁଲ୍ୟରେ + ୩ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ କଲେଜ ଦୃଶ୍ୟଶ୍ରାବ ଗୃହ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଚିନ୍ମୟୀ ମିଶ୍ର ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ବିଦାୟ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ିବା ସହିତ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ଅଧ୍ୟାପିକା ଯୁଗନଜ୍ୟୋସ୍ନା ଓ ଅଧ୍ୟାପିକା ରୋଜାଲିନ୍ ମହାନ୍ତି ଯୋଗଦାନ କରି ଛାତ୍ରଛାତ୍ରୀମାନେ ଆମ ବିଭାଗର ସଂପଦ ଭାବେ ବର୍ଣ୍ଣନା କରିଥିଲେ । ପରେ ବିଦାୟ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ by Proprietor Abhimanyu Maharana May 3, 2026 ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ by Proprietor Abhimanyu Maharana May 3, 2026 ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା by Proprietor Abhimanyu Maharana May 3, 2026 ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 3, 2026 ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ by Proprietor Abhimanyu Maharana May 3, 2026 ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ by Proprietor Abhimanyu Maharana May 2, 2026