ଖପ୍ରାଖୋଲ ବ୍ଲକ : ଘୁନସର କାର୍ଯ୍ୟାଳୟ ଠାରେ ଏକ ନିଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି

ଖପ୍ରାଖୋଲ (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର କାର୍ଯ୍ୟାଳୟ ଠାରେ ଏକ ନିଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ସେଣ୍ଟର ଫର ସୋସିଆଲ ଡେଭଲବମେଣ୍ଟ ଏନ. ଜି. ଓ ଉଦ୍ୟମରେ ସର୍ବ ଭାରତୀୟ ପ୍ରଗତିଶୀଳ କୁଳୁତା ମଞ୍ଚ ର ଆୟୋଜନାରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ କୁ ଗାନ୍ଧମାର୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ୟ ମହାସଂଘ ଓ ଖପ୍ରାଖୋଲ ଯୁବ ସମାଜ ସହଯୋଗ କରିଥିଲେ l ଏହି ମେଗା ସ୍ୱାସ୍ଥ୍ୟ ମେଲାକୁ ପ୍ରଗତିଶୀଳ କୁଳୁତା ମଞ୍ଚ ଆବାହକ ଅମୀୟ କୁମାର ସାହୁ, ଗାନ୍ଧମାର୍ଦନ ପାରମ୍ପରିକ ଆୟୁର୍ବେଦିକ ବୈଦ୍ୟ ମହାସଂଘ ର ଉପ ସଭାପତି ଟେକେନ୍ଦ୍ର ଜାଲ, ସଭାପତି କର୍ଣ୍ଣ ମାଝୀ, କୁଳୁତା ଯୁବ ସମାଜ ସଭାପତି ଅକ୍ଷୟ ପ୍ରଧାନ, ଅଭିଳାଷ ଭୋଇ, ସନ୍ତୋଷ ପଧାନ, ଘୁନସର ସରପଞ୍ଚ ପ୍ରତିନିଧି ଜ୍ୟୋତିଷ ସାହୁ ପ୍ରମୁଖ ଶୁଭ ଉତଘାଟନ କରିଥିଲେ l

ପାରମ୍ପରିକ ବୈଦ୍ୟ ଶାନ୍ତନୁ କୁମାର ବୁଧିଆଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିର କୁ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦିକ ମହା ବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର କାୟଚିକିତ୍ସା, ପଞ୍ଚକର୍ମ, ଶଳ୍ୟତନ୍ତ, ଶଳାକାତନ୍ତ୍ର, ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଶିଶୁରୋଗ ବିଭାଗର ଅଭିଜ୍ଞ ଚିକିତ୍ସକ ମାନେ ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ଦେଲେ l ଏବଂ ଔଷଧ ବଣ୍ଟନ କରିଥିଲେ l  ଏହି ଶିବିର ରେ ଘୁନସର, ରେଙ୍ଗାଲି, ଖପ୍ରାଖୋଲ, ଧଣ୍ଡାମୁଣ୍ଡା, ବେନ୍ଦେର, ଫୁଳକୀମୁଣ୍ଡା ପ୍ରଭୂତି ଅଂଚଳରୁ 500 ରୁ ଉର୍ଦ୍ଧ ରୋଗୀ ଚିକିତ୍ସା ପାଇଥିଲେ l ବଲାଙ୍ଗୀର ଜିଲ୍ଲା କୁଳୁତା ସମାଜ ସଭାପତି ବେଲାର ସିଂ ଭୋଇ,ଯୁବ ସଭାପତି ଉମେଶ ଗଡ଼ତ୍ୟl,ବଲାଙ୍ଗୀର ଟାଉନ ସଭାପତି ବିଦେଶୀ ପଧାନ,

ପାଟଣାଗଡ଼ ଯୁବ କୁଳୁତା ସମାଜର ଗୋଲକ ଚନ୍ଦ୍ର ବାରିକ,ଧଣ୍ଡାମୁଣ୍ଡା ର ଡାକ୍ତର ଅଶୋକ କୁମାର ଭୋଇ, କ୍ଷମାନିଧି ଭୋଇ, ସମ୍ବଲପୁର ରୁ ଅମୀୟ କୁମାର ସାହୁ, ଲକ୍ଷ୍ମଣ ପଧାନ, ବୈଦ୍ୟ ଜେଠୁ ଭୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ସନ୍ତୋଷ ପଧାନ, ଅଭିଳାଷ ଭୋଇ ଓ ପାରମ୍ପରିକ ବୈଦ୍ୟ ମାନେ କାର୍ଯ୍ୟକ୍ରମ ରେ ସହଯୋଗ ଦେଇଥିଲେ l ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡାକ୍ତର କର୍ମଚାରି ମାନଂକୁ, ଗନ୍ଧମାର୍ଦ୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ଯ ମହାସଂଘକୁ, ଏବଂ ଯୁବ କୁଲତା ସମାଜର କର୍ମକର୍ତ୍ତାମାନଙ୍କୁ ସ୍ମୁତିଫଳକ ଓ ଉତ୍ତରିୟ ଦେଇ ସର୍ବଭାରତୀୟ ପ୍ରଗତିଶୀଳ କୁଲତା ମଞ୍ଚର କର୍ମକର୍ତାମାନେ ସମ୍ମାନୀତ କରିଥିଲେ ।

Exit mobile version