ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଶଳ କୁମାର ନାୟକ ଓ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ସୋରେନ ଏହି ଶିବିର କୁ ଉଦଘାଟନ କରିଥିଲେ ।ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ. ନୃସିଂହାନନ୍ଦ ମହାପାତ୍ର ଓ ଉକ୍ତ ଅନୁଷ୍ଠାନର ସଭାପତି ରାମକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସଫଳ ହୋଇ ପାରିଛି । ଏହି ରକ୍ତ ଦାନ ଶିବିରରେ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ସୋରେନ, ସେକସନ ଅଫିସର ଶ୍ରୀମତୀ ସ୍ମରଣିକା ବାରିକ ଓ ବହୁ ତାଲିମ ଓ ସହତାଲିମ ପ୍ରାପ୍ତ ଅଧିକାରୀ ସହଯୋଗ ର ହାତ ବଢ଼ାଇ ଥିଲେ ଓ ଶିଳ୍ପ ତାଲିମ ଅନୁଷ୍ଠାନର ବହୁ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ । ଉକ୍ତ ରକ୍ତ ଦାନ ଶିବିରରେ ୫୫ ୟୁନିଟ ରକ୍ତ ସଂଗୃହିତ ହୋଇପାରିଛି ଏହା ବ୍ୟତୀତ ଜିଲ୍ଲା ଚିକତ୍ସା ବିଭାଗର କର୍ମଚାରିମାନେ ଉକ୍ତ କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ ।
