ଗଂଜେଇ କରିଡୋର୍ ରୁ ଗଂଜେଇ ଜବତ୍

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :-  ଗଂଜେଇ ଚୋରା ଚାଲାଣକାରୀକଂ ନିରାପଦ କରିଡୋର୍ ପାଲଟିଥିବା ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ଏସ୍ ଆର୍ ହୋଟେଲ ସନ୍ନିକଟରୁ ଅବକାରୀ ବିଭାଗ ଏକ କାର୍ ( ଓଡି ୦୨ ଏକେ ୫୫୧୧) କୁ ଜବତ୍ କରିବା ସହିତ ସେଥୁରୁ ୮୩ କେଜି ଗଞ୍ଜେଇ ଜବତ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ଘଟଣାରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁରର ଶ୍ରୀନିବାସ ବେହେରାଙ୍କ ପୁତ୍ର ରାଜ କିଶୋର ବେହେରାଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ନୟାଗଡ଼ ଓ ଦଶପଲ୍ଲା ଅବକାରୀ ବିଭାଗ ମିଳିତ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା ।

 ଚଢାଉରେ ଅବକାରୀ ବିଭାଗ ଏସ୍ ଆଇ ଭବାନୀ ଶଙ୍କର ବେହେରା ଓ ଚିନ୍ମୟ ଦଳେଇଙ୍କ ସମେତ କର୍ମଚାରୀ ପ୍ରହଲ୍ଲାଦ ପ୍ରଧାନ, ସନ୍ତୋଷ ପ୍ରଧାନ, ସଞ୍ଜୀବ ମହାପାତ୍ର, ପ୍ରଦୀପ୍ତ କୁମାର ନାଏକ, ବ୍ରଜ ନାଏକ ଓ ଭାରତୀ ବରାଡ଼ ପ୍ରମୁଖ ସାମିଲ ହୋଇଥିଲେ।

Exit mobile version