Home ଓଡ଼ିଶା କୃପାନେତ୍ର ପକ୍ଷରୁ ଭକ୍ତକବି ଶ୍ରୀଜୟଦେବଙ୍କ ଜନ୍ମଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ମିଳିତ ସମ ନୋୟରେ ଗଠିତ ତ୍ରୟମାସିକ ଶିଶୁ କିଶୋର ପତ୍ରିକା କୃପା ନେତ୍ର ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଭକ୍ତ କବି ଶ୍ରୀ ଜୟଦେବଙ୍କ ଜନ୍ମଜୟନ୍ତୀ ପାଳନ ଓ ଓଡ଼ିଶା ସରକାରଙ୍କ ଓଡିଆ ପକ୍ଷ ପାଳନ ଅବସରରେ ବାଲିପାଟଣା ବ୍ଲକ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟ ଠାରେ କୃପାନେତ୍ରର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଭକ୍ତକବି ଶ୍ରୀ ଜୟଦେବଙ୍କ ରାଜ୍ୟ ସ୍ତରୀୟ ଜନ୍ମଜୟନ୍ତୀ ଉତ୍ସବ ଚଳିତ ଏପ୍ରିଲ ମାସ ୩୦ ତାରିଖ ଅକ୍ଷୟ ତୃତୀୟା ଦିବସ ପାଳନ କରାଯିବ, ଏହି ଜୟନ୍ତୀ ଅବସରରେ କୃପା ନେତ୍ର ପରିବାର ପକ୍ଷରୁ ପ୍ରତିବର୍ଷ ପରି ଏକ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ କବି ଜୟଦେବଙ୍କ ଜନ୍ମ ପୀଠ କେନ୍ଦୁବିଲ୍ୱ ଠାରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଯେଉଁ କବି, କବୟିତ୍ରୀମାନେ ଏହି କବିତା ପାଠ ଉତ୍ସବରେ ଭାଗ ନେବାକୁ ଚାହୁଁଥିବେ ସେମାନେ ଏପ୍ରିଲ ମାସ ୨୦ ତାରିଖ ସୁଦ୍ଧା କୃପାନେତ୍ରର ସଂପାଦକ ରବୀନ୍ଦ୍ର ନାଥ ପାତ୍ରଙ୍କ ମୋବାଇଲ ନମ୍ବର ୭୮୯୪୧୪୫୯୯୨ ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ମାଗୁଣୀ ଚରଣ ସେଠୀ, ମୁଖ୍ୟ ଉପଦେଷ୍ଟା ଲିଙ୍ଗରାଜ ଆଚାର୍ଯ୍ୟ,ପରିଚାଳନା ସଂପାଦକ ପ୍ରଦୀପ କୁମାର ପାତ୍ର, ଆଦର୍ଶ ଶିଶୁ ନିକେତନ ର ପରିଚାଳନା ସଂପାଦକ ସୁରେନ୍ଦ୍ର ନାଥ ସାହୁ , ଉପଦେଷ୍ଟା ଦେବେନ୍ଦ୍ର ନାଥ ସେନାପତି, ଅଧ୍ୟାପିକା ଶୈଳବାଳା ମେକାପ, ପୁର୍ବତନ ସରପଞ୍ଚ କାଶୀନାଥ ବାରିକ୍, ଆଇନଜୀବି ଅବଦୁଲ ବାରି, ବିଶିଷ୍ଟ କଳାକାର ସୁଜାତା ଦାଶ, ଜ୍ଞାନରଞ୍ଜନ ପ୍ରଧାନ, ପ୍ରତାପ ବେହେରା, ପ୍ରିତିରଞ୍ଜନ ପ୍ରଧାନ, ରବୀନ୍ଦ୍ର କୁମାର ସାହୁ, ସୁରେନ୍ଦ୍ରନାଥ ସାହୁ, ଧରଣୀଧର ସେନାପତି, ସମେତ କୃପାନେତ୍ର ପାରିବାର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଭକ୍ତ କବି ଜୟଦେବଙ୍କ ଜୀବନୀ ଉପରେ ବିଶଦ ଆଲୋଚନା କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ, କବି, ଲେଖକ, ସାହିତ୍ୟିକ, ଓ ସମାଜ ସେବୀମାନଙ୍କୁ ସମ୍ମାନୀତ କରାଯିବ ବୋଲି ଲକ୍ଷ୍ୟ ରଖା ଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ। by Proprietor Abhimanyu Maharana October 10, 2026 ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 10, 2026 ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ଲାଞ୍ଜିଗଡ଼ରେ କମ୍ପାନୀର ସଖୀ ଏସ୍ଏଚ୍ଜି ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି by Proprietor Abhimanyu Maharana October 10, 2026 Vedanta Aluminium Empowers 100+ SHG Women with Ragi-Based Entrepreneurial Avenues in Lanjigada by Proprietor Abhimanyu Maharana October 10, 2026 Dr. Ashok Kumar Mittal Brings Together Leaders, Faith Traditions, Country Ambassadors and Sporting Champions at ‘Seva Sankalp – Rashtranirman Ke 25 Saal’ by Proprietor Abhimanyu Maharana October 10, 2026 ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026