Home ଓଡ଼ିଶା ବିଦ୍ୟାଧର ସାହୁ ଚାରିଟେବୁଲ୍ ଟ୍ରଷ୍ଟର ପ୍ରେସ୍ ମିଟ୍ : ଏପ୍ରିଲ୍ ୧୧ ଧୄୟେନାପୋଡ଼ ଦିବସକୁ ନେଇ ତେଜିଲା ବିରୋଧ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଛେନାପୋଡ଼ର ପ୍ରକୃତ ସ୍ରଷ୍ଟା ହେଉଛନ୍ତି ବିଦ୍ୟାଧର ସାହୁ। ବାସ୍ତବରେ ଛେନାପୋଡ଼ର ଇତିହାସ ଜାଣିବା ତଥା ବାସ୍ତବତାକୁ ପରଖିବା ବଦଳରେ ନିଜର ସ୍ବାର୍ଥ ସାଧନ ନିମନ୍ତେ ତାଙ୍କର ଦାୟଦ ବା ପୁତ୍ରଙ୍କ ଜନ୍ମଦିନକୁ ଭୁଲ୍ ଢଙ୍ଗରେ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ କିଛି ଅସାଧୁ ବ୍ୟକ୍ତି ଅଣ୍ଟା ଭିଡ଼ିଛନ୍ତି | ଆଜି ଏନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଖବରପାଇ ପ୍ରତିବାଦ ପାଇଁ ଅଣ୍ଟା ଭିଡି଼ଛି ବିଦ୍ୟାଧର ସାହୁ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟା ଟ୍ରଷ୍ଟର ଆବାହକ ସୁରେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ପୂଜା ଲଜ୍ ସମ୍ମିଳନୀ କକ୍ଷରେ ଏକ ପ୍ରେସ୍ ସମିଟ୍ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଭିଯୋଗ ଅନୁଯାୟୀ, ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆସନ୍ତା ଏପ୍ରିଲ୍ ୧୧ ତାରିଖ ଦିନ ବିଦ୍ୟାଧର ସାହୁଙ୍କ ବଦଳରେ ତାଙ୍କ ପୁଅ ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ ଯାଉଛି। ଯାହାକି ଛେନାପୋଡ଼ର ପ୍ରକୃତ ସ୍ରଷ୍ଟା ବିଦ୍ୟାଧରଙ୍କ ପ୍ରତି ଘୋର ଅପମାନ ହେଉଛି। ଆଜିକାଲି ଓଡ଼ିଶାର ଅନେକ ସ୍ଥାନରେ ଛେନାପୋଡ଼ ପ୍ରସ୍ତୁତ ହେଉଛି। ତା’ର ମାନେ ଯିଏ ଯେଉଁଠି, ଯେମିତି ଛେନାପୋଡ଼ ପ୍ରସ୍ତୁତ କରୁଛନ୍ତି ସେମାନେ ତାଙ୍କ ଜନ୍ମ ଦିନକୁ ଛେନାପୋଡ଼ ଦିବସ ବୋଲି କହି ବୁଲିବା ଠିକ୍ କି ବୋଲି ପ୍ରଶ୍ନ ଉଠାଇଛନ୍ତି । ଯଦି କାହାର କୌଣସି ଜନ୍ମ ଦିନରେ କିମ୍ବା ଉତ୍ସବ ପାଇଁ ପରସ୍ପର ମଧ୍ୟରେ ମିଠା ବା ଛେନାପୋଡ଼ ଖୁଆଖୁଇ ହେଉଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସେହି ବାହାନାରେ ବିଶ୍ଵ ଛେନାପୋଡ଼ ଦିବସ ଡିସେମ୍ବର ୩୧କୁ ଭୁଲିଯିବା ଉଚିତ ନୁହେଁ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏଥିସହିତ ଏହି ଘଟଣାକୁ ଟ୍ରଷ୍ଟ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ କଟୁ ସମାଲୋଚନା କରାଯାଇ, ଇତିହାସ କାହା ଇଚ୍ଛାରେ କେବେ ବଦଳି ପାରିବ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୩୧ ତାରିଖ ହିଁ ବିଶ୍ବ ଛେନାପୋଡ଼ ଦିବସ । ଦଶପଲ୍ଲାର ଜରିପାଟଣା ବିଦ୍ୟାଧର ସାହୁଙ୍କ ନିଜ ବାସଗୃହ ହେଉଛି ଛେନାପୋଡ଼ର ଅନ୍ତୁଡ଼ିଶାଳ। ପ୍ରଥମେ ଛେନାପୋଡ଼ର ପ୍ରକୃତ ଇତିହାସକୁ ଜାଣନ୍ତୁ ଓ ପରଖନ୍ତୁ | ଛେନାପୋଡ଼ ପାଇଁ ଆମ ଜିଲ୍ଲା ନୟାଗଡ଼ ସହ ରାଜ୍ୟ ଓ ଦେଶର ପରିଚୟ ରହୁ କିନ୍ତୁ ନିଜର ସ୍ବାର୍ଥ ସାଧନ ପାଇଁ ବିଭେଦ ସୃଷ୍ଟି କରାଯିବା ସହ ବିଦ୍ୟାଧର ସାହୁଙ୍କ ପରିଚୟ ହଜି ନଯାଉ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏପରିକି ଭବିଷ୍ୟତରେ ଯଦି କୌଣସି ଗୋଷ୍ଠୀ ବିଦ୍ୟାଧର ସାହୁଙ୍କୁ ଅପମାନ କରିବା କିମ୍ବା ଛେନାପୋଡ଼ ସମ୍ବଳିତ କୌଣସି ବିଭ୍ରାନ୍ତିକର ତଥ୍ୟ ରାଜ୍ୟ ତଥା ଦେଶବାସୀଙ୍କୁ ପ୍ରଦାନ କରେ ଟ୍ରଷ୍ଟ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ଆଇନର ଆଶ୍ରୟ ନେବାକୁ ଚରମ ଚେତାବନୀ ଦିଆଯାଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026