Home ଓଡ଼ିଶା ନେତାଜୀନଗର ଛକ ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ସାଂସଦ ଡା. ସମ୍ବିତ ପାତ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- କୋଣାର୍କ ରାସ୍ତା ର ବାଲିଗୁଆଳି ପଞ୍ଚାୟତ ଅନ୍ତର୍ଗତ ପୂଜାପଣ୍ଡା ପେଟ୍ରୋଲ ଟାଙ୍କି ନିକଟ ରେ ଥିବା ନେତାଜୀନଗର ଛକ ରେ ମଙ୍ଗଳବାର ମଧ୍ୟାହ୍ନରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ଙ୍କ ଦ୍ୱାରା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ମହାଆଡମ୍ବର ରେ ଉନ୍ମୋଚିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ର କହିଲେ ନୁଆସାହି ରେ ଅନେକ ଅସୁବିଧା ରହିଛି ତାହାକୁ ଶୀଘ୍ର ସମାଧାନ କରାଯିବ | ପୁରୀସହର, ପୁରୀସଦର ଅଞ୍ଚଳ ର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି | ମୁଖ୍ୟବକ୍ତା ଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ଯୋଗ ଦେଇ କହିଲେ ଡବଲ ଇଞ୍ଜିନି ସରକାର ପୁରୀ ର ବିକାଶ କୁ ଅଗ୍ରାଧିକାର ଦେଉଛନ୍ତି, ଏହି ସାହି ର ଉନ୍ନତି ସହ ନେତାଜୀ ଙ୍କ ଜନ୍ମଦିନ ଧୂମଧାମ ରେ ପାଳିତ ହେବ | ଆୟୋଜିତ ଉନ୍ମୋଚିତ ସଭାରେ ସାହିର ସଭାପତି ଗୌରୀ ଶଙ୍କର ମିଶ୍ର ଅଧକ୍ଷତା କରିଥିଲେ | ସାହିର ସମ୍ପାଦକ ବିନୟ କୁମାର ଦାସ ରାସ୍ତା, ଗେଟ, ଡ୍ରେନ, ପାନୀୟଜଳ, ବିଦ୍ୟୁତ ଅସୁବିଧା ସମ୍ପର୍କ ରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇ, ଯୁବନେତା ରାଜକୁମାର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ହରିହର ମହାପାତ୍ର, ମନୋରଞ୍ଜନ ପ୍ରଧାନ, ବଦଶଙ୍ଖ ଗଣେଶପୂଜା କମିଟି ର ସଭାପତି ସନ୍ଦୀପ କୁମାର ଦାସ, ପୂର୍ବତନ ବି ଇ ଓ କାର୍ତ୍ତିକ ଚନ୍ଦ୍ର ବେହେରା ଯୋଗ ଦେଇ ସାହି ର ଉନ୍ନତି ସମ୍ପର୍କ ରେ ମତ ରଖିଥିଲେ | ସାଂସଦ ସାହିଅଞ୍ଚଳ ବୁଲି ଦେଖିଥିଲେ | ଏହି ସଭାରେ ନେତାଜୀ ନଗର କମିଟି ସଦସ୍ୟବୃନ୍ଦ, ବାସିନ୍ଦାମାନଙ୍କ ସହ ଆଖପାଖ ସାହି ବାସିନ୍ଦାମାନେ ଯୋଗ ଦେଇଥିଲେ | ପ୍ରାରମ୍ଭ ରୁ ବ୍ରାହ୍ମଣ ସୁରେନ୍ଦ୍ର ତ୍ରିପାଠୀ ମନ୍ତ୍ର ଉଚ୍ଚାରଣ ସହ ପ୍ରତିଷ୍ଠା ହୋମ କରିଥିଲେ |ସାହିବାସିନ୍ଦା ରଶ୍ମିରାଣୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ସାହିର ସମସ୍ତବାସିନ୍ଦା ଏଥିରେ ସହଯୋଗ କରିଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026