Home ଓଡ଼ିଶା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୯ତମ ଶ୍ରାଦ୍ଧବାର୍ଷିକୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ଜନପ୍ରିୟ ନେତା, ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଊନବିଂଶତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ସଭାଗୃହରେ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଙ୍ଗାଧର ମହାପାତ୍ର ସ୍ମୃତି କମିଟିର ସଭାପତି ଡକ୍ଟର ନୀଳକଣ୍ଠ ପତି ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବରେ ସୁଶ୍ରୀ ପ୍ରତିମା ପଣ୍ଡା, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷା ସ୍ଥାୟୀ ଲୋକ ଅଦାଲତର ସୁଶ୍ରୀ ପ୍ରତିମା ପଣ୍ଡା ଉଦଘାଟନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ୨୦୨୪ ରାଫତ୍ ସାହିନ୍ ଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ରୂପରଞ୍ଜନ ତ୍ରିପାଠୀ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରବାସିନୀ ମିଶ୍ର, ଚନ୍ଦ୍ରଶେଖର ମହାରାଣା, ସୀତା ବଲ୍ଲଭ ମହାପାତ୍ର, ରମା ବଲ୍ଲଭ ମହାପାତ୍ର, ଜାନକୀ ବଲ୍ଲଭ ମହାପାତ୍ର, ଲକ୍ଷ୍ମୀବଲ୍ଲଭ ମହାପାତ୍ର, ପୁଷ୍କର ମହାପାତ୍ର, ଶିବପ୍ରସାଦ ମିଶ୍ର, ଗୈାରହରି ପ୍ରଧାନ, ବୀରେନ୍ଦ୍ର ଭୂଷଣ ହୋତା, ସତ୍ୟବ୍ରତ ରଥ, ନଳିନୀକାନ୍ତ ନାୟକ, ଲାଲା ଅନନ୍ତ କୁମାର ସିଂହ, ମନ୍ଦାକିନୀ ଆଚାର୍ଯ୍ୟ, ସୂର୍ଯ୍ୟନାରାୟଣ ରଥ, ଗଙ୍ଗାଧର ଦାଶ, ରୋହିତ ମହାପାତ୍ର, ରଜତ ସାହିନ୍, ଦିଲ୍ଲୀପ କୁମାର ସାମନ୍ତରାୟ, ଅଶୋକ କୁମାର ରଥ, ଶକ୍ତି ପ୍ରସାଦ ପଟ୍ଟନାୟକ, ମହମ୍ମଦ ସାହେବ, ଲକ୍ଷ୍ମୀଧର ଜେନା, ବିଜୟ କୁମାର ମହାନ୍ତି, ବ୍ୟୋମକେଶ ଚିହ୍ନରା, ପୂର୍ଣଚନ୍ଦ୍ର ସାମନ୍ତ, ରୀତେଶ ମହାପାତ୍ର, ରବିନାରାୟଣ ମହାନ୍ତି, ରାଧାକାନ୍ତ ଦାଶ, ସୁବାସ ଚନ୍ଦ୍ର ମହାପାତ୍ର , ପୁରୀ ବାର ଆସୋସିଏସନ୍ ର ସମ୍ପାଦକ ଶରତଚନ୍ଦ୍ର ରାୟଗୁରୁ, ମିନତି ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଶେଷରେ ବୀରେନ୍ଦ୍ର ଭୂଷଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିବର୍ଷ ପରି ଗଙ୍ଗାଧର ମହାପାତ୍ରଙ୍କ ଜନ୍ମସ୍ଥାନ ବିଶ୍ୱନାଥପୁର ଠାରେ ସ୍ଥାପିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଗୋପୀନାଥ ଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗୋପୀନାଥ ଦେବ ନୋଡାଲ ବିଦ୍ୟାପୀଠରେ ଅନୁଷ୍ଠାନ ପକ୍ଷରୁ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ବିଦ୍ୟାପୀଠ ଉତ୍ସବରେ ଶିକ୍ଷାବିତ ରାଧାକାନ୍ତ ଦାଶ, ସୀତା ବଲ୍ଲଭ ମହାପାତ୍ର, ଜାନକୀ ବଲ୍ଲଭ ମହାପାତ୍ର, ବାସୁଦେବ ସାହୁ, ବିପିନ ବିହାରୀ ଦଳାଇ, ଆଇନଜୀବୀ ପୁଷ୍କର ମହାପାତ୍ର, ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ସହକର୍ମୀ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି by Proprietor Abhimanyu Maharana June 29, 2026 Lovely Professional University Successfully Conducts 2nd Edition of "Experience LPU – A Day of Lifetime Inspiration" in Pune, Maharashtra by Proprietor Abhimanyu Maharana June 29, 2026 ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ by Proprietor Abhimanyu Maharana June 29, 2026 "ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ" by Proprietor Abhimanyu Maharana June 29, 2026 ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ by Proprietor Abhimanyu Maharana June 28, 2026 ସମଲେଶ୍ୱରୀ ପୀଠରେ "ସାତବହନୀ" ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ by Proprietor Abhimanyu Maharana June 28, 2026