ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ଆଜିଠାରୁ ଦୁଇଦିନିଆ ସେବକ ପ୍ରଶିକ୍ଷଣ ଶିବିର ତଥା ଆଲୋଚନାଚକ୍ର ନୀଳାଦ୍ରି ଭକ୍ତନିବାସ ଠାରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଏହି ଆଲୋଚନାଚକ୍ର ଉଦଘାଟନ ହୋଇଥିଲା । ଏହି ଅବସରରେ ନିଜ ବକ୍ତବ୍ଯ ରଖି ମୁଖ୍ଯ ପ୍ରଶାସକ ସମସ୍ତ ସେବକମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ସହଯୋଗ ସକାଶେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥି ସହ ଉତ୍ତମ ସେବକଙ୍କ ଲକ୍ଷଣ ଭାବେ ଦଶଟି ବିନ୍ଦୁ ଉପରେ ଗୁରୁତ୍ବାରୋପ କରିଥିଲେ ମୁଖ୍ଯ ପ୍ରଶାସକ।

