Home ଓଡ଼ିଶା ଦୋକାନ ହଠାଇବା ପାଇଁ ପୌରସଂସ୍ଥାର ପାତରଅନ୍ତର : ଭିନ୍ନକ୍ଷମ ଦୋକାନ ସମ୍ମୁଖରେ ଜଗିଥିଲା ଜେସିବି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବଡଦାଣ୍ଡରେ ଉଠାଦୋକାନୀଙ୍କ ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି । ପୌରସଂସ୍ଥାର ପାତରଅନ୍ତର ନୀତି ଓ ଉଠାଦୋକାନୀଙ୍କ ବଞ୍ଚିବାର ରାହା ମଧ୍ଯରେ ଚାଲିଛି ଖଣ୍ଡଯୁଦ୍ଧ । ଆଇଲା ଆଇଲା ଜେସିବି କହି ପସରା ପକାଇଥିବା ଉଠାଦୋକାନୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଜି ଅପରାହ୍ନରେ ଜଣେ ଭିନ୍ନକ୍ଷମ ପାନ ଦୋକାନିଙ୍କୁ ଉଠାଇବା ପାଇଁ ପୌରସଂସ୍ଥା ଓ ପବ୍ଲିକ ମଧ୍ଯରେ ଯୁକ୍ତିତର୍କ ଚାଲିଥିଲା । ଭିନ୍ନକ୍ଷମ ଦୋକାନିଙ୍କୁ ନଉଠାଇବା ପାଇଁ ସାମାଜିକ କର୍ମୀ ତଥା ଯୁବନେତା ସ୍ବାଧୀନ କୁମାର ପଣ୍ଡା ଘୋର ବିରୋଧ କରିଥିଲେ । ଗରିବ ଦୋକାନିଙ୍କ ଉପରେ ଛାଟ ବାଜୁଛି । ଜଣେ ଭିନ୍ନକ୍ଷମ ପାନ ଦୋକାନି ଡ୍ରେନ ସେପଟେ ଓ ଗଛ ଆଢୁଆଳରେ ଦୋକାନ କରିଥିବା ବେଳେ ଆକ୍ରୋଶର ଶିକାର ହୋଇଛି । ବଗଲା ଧର୍ମଶାଳାକୁ ଖଣ୍ଡ ଖଣ୍ଡ କରିବା ପରେ ଏବେ ପାଚରି ଉପରେ ବଡଲୋକ ନଜର ପଡିଛି । ସେଠାରେ ଥିବା ଡିଜିଟାଲ ଶୌଚାଳୟରେ ଝାଡା ବସିବା ପାଇଁ ୫୦ଟଙ୍କା ଓ ପରିସ୍ରା କରିବା ପାଇଁ ୨୦ଟଙ୍କା ନେଉଛନ୍ତି । ଅନ୍ଯପକ୍ଷରେ ସର୍ବସାଧାରଣ ଶୌଚାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଅନ୍ୟପକ୍ଷରେ ଜାତୀୟ ରାଜପଥ ବଡଦାଣ୍ଡ ଉପରେ ଶହ ଶହ କାର ଅଟୋ ବାଇକ ଦୁଇ ପାର୍ଶ୍ବରେ ୨୦ଫୁଟ ପର୍ଯ୍ୟନ୍ତ ମାଡି ବସିଲେ ମଧ୍ଯ ପୌରସଂସ୍ଥା ନଜରରେ ପଡୁନାହିଁ । ପୌରସଂସ୍ଥାର ଏନଫୋର୍ସମେଣ୍ଟ ଅଧିକାରିଣୀ ଜନତାଙ୍କ ବିରୋଧ ଯୋଗୁ ଅଫିସକୁ ଫେରିଯାଇଥିଲେ । ଅନ୍ଯପକ୍ଷରେ ବଡଦାଣ୍ଡରେ ଥିବା ଅରୁନ୍ଧତୀ ଜୁଏଲର୍ସ ସମ୍ମୁଖରେ ୨୦ ଫୁଟ ପର୍ଯ୍ୟନ୍ତ ମଟରସାଇକେଲ ରଖିବା ପାଇଁ ସିକ୍ଯୁରିଟ ଗାର୍ଡ ଓ ବାଉନ୍ସର ଠିଆ କରିଥିଲେ ମଧ୍ଯ ପୌରସଂସ୍ଥା ଆଖି ମୁଜି ଦେଇଥିବା ଶ୍ରୀପଣ୍ଡା ଅଭିଯୋଗ କରିଛନ୍ତି । ଅନ୍ଯ ଦୋକାନି ମାନଙ୍କୁ ନଉଠାଇ ଭିନ୍ନକ୍ଷମ ଦୋକାନ ଉଠାଇବାକୁ ଜିଦ ଧରିଥିବାରୁ ସାଧାରଣରେ ପୌରସଂସ୍ଥାର ପାତରଅନ୍ତର ନୀତି ଧରା ପଡିଯାଇଛି । ଏହାକୁ ନେଇ ଶ୍ରୀପଣ୍ଡାଙ୍କ ପ୍ରବଳ ବିରୋଧ ଓ ସାମାଜିକ ଗଣମାଧ୍ୟମରେ ଲାଇଭ କରିବା ଯୋଗୁ ପୌର କର୍ମଚାରୀମାନଙ୍କ ସହିତ ପୋଲିସ ଓ ଜେସିବି ଫେରିଯାଇଥିବା ଦେଖିବାକୁ ମିଳିଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ by Proprietor Abhimanyu Maharana May 15, 2026 'ସଙ୍ଗୀତଧାରା' ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ by Proprietor Abhimanyu Maharana May 15, 2026 ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର by Proprietor Abhimanyu Maharana May 15, 2026 ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା by Proprietor Abhimanyu Maharana May 15, 2026 ପୁରୀଜିଲ୍ଲା ବିଜେଡି ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ by Proprietor Abhimanyu Maharana May 15, 2026 ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ by Proprietor Abhimanyu Maharana May 15, 2026