ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ପକ୍ଷ-୨୦୨୫ ପାଳନର ଅଷ୍ଟମ ଦିବସରେ ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ରେଡ଼କ୍ରସ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସେ ଏହି ଅବସରରେ କହିଥିଲେ ଯେ ରକ୍ତଦାନ ଜୀବନ ଦାନ। ରକ୍ତ ବିନା ମଣିଷ ବଞ୍ଚିପାରିବ ନାହିଁ।
