ବ୍ଳକସ୍ତରୀୟ କ୍ରିକେଟ ଆୟୋଜକ ଦଳ ଚାମ୍ପିୟାନ

ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍)  :- ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ପାରିକୁଦ ୟୁଥ କ୍ଳବ ତରଫରୁ କୃଷ୍ଣପ୍ରସାଦ ଗଡ଼ ରାଜବାଟୀ ଷ୍ଟାଡିୟମ ଠାରେ ଚାଲିଥିବା ୩୧ ତମ ବାର୍ଷିକ ବ୍ଳକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଆୟୋଜକ ଦଳ ଚମ୍ପିୟାନ ହୋଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଅବସର ସେନା ସାମାଜିକ କର୍ମୀ ଦୀପକ କୁମାର ଜେନା ସମ୍ମାନୀତ ଅତିଥିଭାବେ ପୂର୍ବତନ ସମିତିସଭ୍ୟ ଜିତେନ୍ଦ୍ର କୁମାର ବିଶ୍ୱାଳ, ବଡ଼ଅଁଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନାଲୁ ପ୍ରଧାନ,

ଯୁବ ବ୍ୟବସାୟୀ ବବୁଲ କୁମାର ପଲେଇ ପ୍ରମୁଖ ଯୋଗଦେଇଥିଲେ ।  ଏହି ଦିବସର ଖେଳ ପାରିକୁଦ ୟୁଥ କ୍ଳବ ବନାମ ଜୟ ବଜରଙ୍ଗବାଲି କ୍ରିକେଟ ଟିମ ବଡ଼ଅଁଳ ହରିଜନ ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଡ଼ଅଁଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୭୮ ରନ ସଂଗ୍ରହ କରିଥିବା ବେଳେ ଆୟୋଜକ ଦଳ ଆବଶ୍ୟକୀୟ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ବିପିନୀ ବିହାରୀ ନାୟକ,

ଉମାଶଙ୍କର ସିଂହସାମନ୍ତ ଖେଳ ପରିଚାଳନା କରିଥିବା ବେଳେ ରାହୁଲ ପ୍ରଧାନ ସ୍କୋର ବୋର୍ଡ ଏବଂ ସିମାଞ୍ଚଳ ପ୍ରଧାନ, ସୁରେନ୍ଦ୍ର କୁମାର ମିଶ୍ର, ଶ୍ରୀକାନ୍ତ ପରିଡା ପ୍ରମୁଖ ଧାରା ବିବରଣୀରେ ସହଯୋଗ କରିଥିଲେ । ମିଲନ କୁମାର ତରେଇଙ୍କୁ ମ୍ୟାନ ଅଫ ଦି ସିରିଜ, ସବ୍ୟସାଚୀ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ଶ୍ରେଷ୍ଠ ବୋଲର କିଷାନ ସ୍ୱାଇଁ, ଶ୍ରେଷ୍ଠ ଖେଳାଳି ଟିଲୁ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ଉଭୟ ଦଳକୁ ଟ୍ରଫି ପ୍ରଦାନ କରାଯଇଥିଲା ।

Exit mobile version