ଗଣିଆ (ଓଡ଼ିଶା ତାଜା ନ୍ୟୁଜ୍) :- ଗଣିଆରେ ଗତ ୪ ବର୍ଷରୁ ଅଧିକ ସମୟ ଧରି ମହାନଦୀ ପବ୍ଲିକ ସ୍କୁଲ ଗଢି ଉଠିଛି । ଅଞ୍ଚଳର କିଛି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନ ବିଭିନ୍ନ ଦିଗରେ ତା’ର ସଫଳତା ବଜାୟ ରଖିଛି । ତେବେ ଏହି ଅନୁଷ୍ଠାନକୁ ଆହୁରି ଲୋକାଭିମୁଖୀ କରିବା ତଥା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଗବତ୍ ପ୍ରେମକୁ ଉଜ୍ଜିବିତ କରିବା ପାଇଁ ପବିତ୍ର ରାମନବମୀରେ ଗଣିଆ ରାମ ମନ୍ଦିର ଠାରେ ପ୍ରଥମେ ତହସିଲଦାର ପ୍ରିତିବାଳା ରଣାଙ୍କ କରକମଳରେ ବିଦ୍ୟାଳୟର ନୂତନ ଓ୍ବେବସାଇଟ୍ (www.mahanadipublicschool.in) ଲୋକାର୍ପିତ କରାଯାଇଥିଲା ।

