ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ରବିବାର ) ବରଗଡ଼ :– ବର୍ଷା କମିଥିଲେ ମଧ୍ୟ ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଅନ୍ତରାଡି ବେନିଆପାଲି ଘୁଘୁରାପାଲି ଗ୍ରାମ ଗୁଡ଼ିକର ଲୋକେ ଏବେ ମଧ୍ୟ ଜଳ ବନ୍ଦି ଅବସ୍ଥା ରେ ରହିଛନ୍ତି। ୪ ଟି ଗ୍ରାମର ପ୍ରାୟ ଦୁଇ ହଜାର ଲୋକଙ୍କୁ ଅସ୍ଥାୟୀ କେନ୍ଦ୍ର ଗୁଡ଼ିକରେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ତେବେ ଏବେ ବି ଏହି ଗ୍ରାମ ଗୁଡ଼ିକରେ ଲୋକମାନେ ନିଜ ଘର ଛାତ ଉପରେ ରହିଥିବା ପାଣି କହିବାକୁ ଅପେକ୍ଷା କରିଛନ୍ତି । ବିଭିନ୍ନ ସ୍ବେଛାସେବୀ ସଂସ୍ଥା,ବିଜୁ ଜନତା ଦଳ ପକ୍ଷରୁ ରିଲିଫ ବଣ୍ଟନ କରିଥିଲେ। ଆଜି ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ,ଜିଲ୍ଲା ଏସପି ପଦ୍ମିନୀ ସାହୁ ବନ୍ୟା ପ୍ରଭାବିତ ଚାରୋଟି ଗ୍ରାମର ରିଲିଫ କାର୍ଯ୍ୟ ର ତଦାରଖ କରିଥିଲେ।
ଜିଲ୍ଲାପାଳ ଶ୍ରୀ ପ୍ରଧାନ ଗ୍ରାମ ଗୁଡ଼ିକ ପରିଦର୍ଶନ କରିଥିବା ବେଳେ ବହୁ ଘର ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିବା କହିଥିଲେ। ବନ୍ୟା ଜଳ ହ୍ରାସ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବାକୁ କହିଥିଲେ। ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
