ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- କଳିଙ୍ଗ ଷ୍ଟାଡିୟମ ଠାରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ ଟି ମ୍ଯାଚ ଅନୁଷ୍ଠିତ ହୋଇଥିଲା ପ୍ରଥମ ମ୍ଯାଚ ବି.ଏସ.ଏଫ ଓ ତେଲେଙ୍ଗନା ପୋଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ଯାଚରେ ବି.ଏସ.ଏଫ, ତେଲେଙ୍ଗନା ପୋଲିସ ଦଳକୁ ୯-୨ ଗୋଲ ବ୍ଯବଧାନରେ ପରାସ୍ତ କରିଥିଲା ।

